ପ୍ରଶାସନିକସ୍ତରରେ ବଡ ଧରଣର ଅଦଳବଦଳ । କୋରାପୁଟ ଜିଲ୍ଲାପାଳ ହେଲେ କେ.ଏସ. ଚକ୍ରବର୍ତ୍ତୀ

53

କନକ ବ୍ୟୁରୋ : ପ୍ରଶାସନିକସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରାକାର । କୋରାପୁଟ ଜିଲ୍ଲାପାଳ ହେଲେ କେ.ଏସ. ଚକ୍ରବର୍ତ୍ତୀ । ସେ ପୂର୍ବରୁ ଥିଲେ ମାଲକାନଗିରି ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉଥିଲେ । କେ.ଏସ.ଚକ୍ରବର୍ତ୍ତୀଙ୍କ ସ୍ତାନରେ ମାଲକାନଗିରି ଜିଲ୍ଲାପାଳ ଭାବେ ମନୀଷ ଅଗ୍ରୱାଲଙ୍କୁ ବଦଳି କରାଯାଇଛି ।

ସେହିପରି ଅନୁପମ ଶାହାଙ୍କୁ ଗଜପତି ଦାୟିତ୍ୱ ଦିଆଯାଇଥିବା ବେଳେ ଆଶିଷ ଠାକରେଙ୍କୁ କେନ୍ଦୁଝର ଦାୟିତ୍ୱ ମିଳିଛି । ସେପଟେ କେନ୍ଦୁଝର ଜିଲ୍ଲାପାଳ ଥିବା ଏନ. ତିରୁମାଳାଙ୍କ ବଲାଙ୍ଗୀର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଅଜିତ ମିଶ୍ରଙ୍କୁ ନବରଙ୍ଗପୁର ଦାୟିତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱରର ଦାୟିତ୍ୱ ପ୍ରମୋଦ ଦାଶଙ୍କ ବଦଳରେ ରମେଶ ରାଉତଙ୍କୁ ଦିଆଯାଇଛି ।

ଢେଙ୍କାନାଳ ଜିଲ୍ଲାପାଳ ଭାବେ ନିିଖିଲ ପୱନଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଅର୍ଚ୍ଚନା ନାୟକଙ୍କୁ ମେଡିକାଲ କର୍ପୋରେସନର ଏମଡି ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ପ୍ରମୋଦ ଦାସଙ୍କୁ ଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଓ ସୁଧାଂଶୁ ସାମଲଙ୍କୁ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଷ୍ଟିଲ ସିଟି ରାଉରକେଲା ସ୍ମାର୍ଟସିଟିର ଦାୟିତ୍ୱ ରଶ୍ମିତା ପଣ୍ଡାଙ୍କୁ ଦିଆଯାଇଛି । ସେହିପରି ଏନଆରଏଚଏମ ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ପୂର୍ବ ବଦଳି ଆଦେଶକୁ ବାତିଲ କରାଯାଇଛି।