ଶେଷ ମୁହୂର୍ତ୍ତରେ ସଂପର୍କ ବିଚ୍ଛିନ୍ନ ! ବିଫଳ ହେଲା ଚନ୍ଦ୍ରାଯାନ-୨ । ପ୍ରଥମଥର ଲାଗି ଦକ୍ଷିଣ ମେରୁ ଛୁଇଁପାରିଲା ନାହିଁ ‘ବିକ୍ରମ’

Advertisment
ଚନ୍ଦ୍ରଯାନ-୨ : ମାତ୍ର ୧୫ ମିନିଟ୍ ଦୂରତାରେ ରାସ୍ତା ଭୁଲିଗଲା ଇସ୍ରୋର ଲ୍ୟାଣ୍ଡର ବିକ୍ରମ ! ଚଳଚଞ୍ଚଳ ଇସ୍ରୋ କଣ୍ଟ୍ରୋଲ୍ ରୁମ୍ ଅଚାନକ ଶୂନଶାନ ହୋଇଗଲା ।

source : aajtak

କନକ ବ୍ୟୁରୋ : ଆରମ୍ଭ ହୋଇଯାଇଥିଲା ଓଲଟଗଣତି। ରୁଦ୍ଧଶ୍ବାସରେ ସମସ୍ତେ ଅପେକ୍ଷା କରିଥିଲେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଅବତରଣକୁ। ଅବତରଣ ପ୍ରକ୍ରିୟା ମଧ୍ୟ ଠିକଠାକ୍ ଚାଲିଥିଲା। ହେଲେ ଶେଷ ମୁହୂର୍ତ୍ତରେ ବିଚ୍ଛିନ୍ନ ହୋଇଗଲା ସଂପର୍କ। ଚନ୍ଦ୍ରପୃଷ୍ଠଠାରୁ ୨.୧ କିମି ପୂର୍ବରୁ ଏଭଳି ଏକ ଅପ୍ରତ୍ୟାଶିତ ଅଘଟଣ ଯୋଗୁଁ ବିକ୍ରମର ଅବତରଣ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ। ଫଳରେ ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରାବତରଣ ଅଭିଯାନ ବିଫଳ ହୋଇ ଯାଇଥିବା ବିଚାର କରାଯାଉଛି। ଶୁକ୍ରବାର ମଧ୍ୟରାତ୍ରିରେ ମହାକାଶ ଇତିହାସରେ ଭାରତର ମହାକାଶ ଗବେଷଣା ପ୍ରତିଷ୍ଠାନ ‘ଇସ୍ରୋ’ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ବୈଜ୍ଞାନିକଠୁ ନେଇ ସମସ୍ତେ ଆଶା କରିଥିଲେ। କାରଣ ଜୁଲାଇ୨୨ ତାରିଖରେ ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣରୁ ନେଇ ଗତକାଲି ମଧ୍ୟରାତ୍ରି ୧.୫୦ ମିନିଟ୍ ପର୍ଯ୍ୟନ୍ତ ସବୁକିଛି ଯୋଜନା ମୁତାବକ ଠିକଠାକ୍ ଚାଲିଥିଲା।

publive-image source : google

ପ୍ରାୟ ୧୦ ମିନିଟ୍ ପୂର୍ବରୁ ଲ୍ୟାଣ୍ଡର ବିକ୍ରମର ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ୧୩୦ କୋଟି ଭାରତୀୟ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ୧.୫୨ ମିନିଟରେ ଅବତରଣ କରିବ ବୋଲି ପୂର୍ବରୁ ବୈଜ୍ଞାନିକମାନେ ଆକନଳ କରିଥିଲେ ହେଁ ଠିକ୍ ସେତିକିବେଳେ ହିଁ ସଂପର୍କ ଛିନ୍ନ ହୋଇ ଯାଇଥିଲା। ଏହାପରେ ବୈଜ୍ଞାନିକମାନଙ୍କ ମୁହଁରେ ନିରାଶା ଛାଇ ଯାଇଥିଲା। ତଥାପି ସେମାନେ ବେଶ୍ କିଛି ସମୟ ଅପେକ୍ଷା କରିଥିଲେ। ମାତ୍ର ସିଗ୍ନାଲ୍ ନ ଆସିବାରୁ ଶେଷରେ ରାତି ୨.୧୮ ମିନିଟରେ ଇସ୍ରୋର ଅଧ୍ୟକ୍ଷ କେ.ଶିବନ୍ ସଂପର୍କ ଛିନ୍ନ ହୋଇଥିବା ଘୋଷଣା କରିଥିଲେ।

publive-imageଅନ୍ୟପକ୍ଷରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣର ଏହି ଦୃଶ୍ୟର ସିଧାପ୍ରସାରଣ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଧାରିତ ସମୟରେ ପହଞ୍ଚିଥିଲେ। ତାଙ୍କୁ ଇସ୍ରୋର ବୈଜ୍ଞାନିକମାନେ ସ୍ବାଗତ କରିଥିଲେ। ମାତ୍ର ସଂପର୍କ ଛିନ୍ନ ହୋଇଯିବା ପରେ ତାଙ୍କୁ ଏକଥା ଜଣାଇ ଦିଆଯାଇଥିଲା। ଆଉ ପ୍ରଧାନମନ୍ତ୍ରୀ ନିଜ ଆସନରୁ ଉଠି ଚାଲି ଯାଇଥିଲେ। ତେବେ କିଛି ସମୟ ପରେ ସେ ବୈଜ୍ଞାନିକମାନଙ୍କ ନିକଟକୁ ଫେରି ଆସି ସାନ୍ତ୍ବନା ପ୍ରଦାନ କରିଥିଲେ। ବିକ୍ରମ ଅବତରଣ ବିଫଳ ସତ୍ତ୍ବେ ସେ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ କେବେ ବିଫଳ ଯିବନାହିଁ।
publive-imageବୈଜ୍ଞାନିକମାନଙ୍କ ସହ ତାଙ୍କର ସମର୍ଥନ ରହିବ ଓ ସେମାନେ ତାଙ୍କର ଉଦ୍ୟମ ଜାରି ରଖନ୍ତୁ। ବୈଜ୍ଞାନିକମାନଙ୍କ ମନରେ ବିଶ୍ବାସ ଫେରାଇ ଆଣିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ ସେମାନେ ଖୁବଶୀଘ୍ର ଏକ ସୁଯୋଗ ପାଇବେ, ଯେତେବେଳେ ସଫଳତା ପାଇଁ ଉତ୍ସବ ମନାଇବେ। ଦେଶ ସେମାନଙ୍କ ଲାଗି ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅଭିଯାନ ବିଫଳ ପୂର୍ବରୁ ସନ୍ଧ୍ୟାରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଥିଲେ, ପ୍ରସ୍ତାବିତ ସଫ୍ଟ ଲ୍ୟାଣ୍ଡିଂର ପ୍ରତ୍ୟେକଟି ମୁହୂର୍ତ୍ତ ଆମ ପାଇଁ ଅଗ୍ନି ପରୀକ୍ଷା ଭଳି ହେବ। ପୂର୍ବରୁ ଇସ୍ରୋ ଏଭଳି ଅବତରଣ କେବେ କରାଇନଥିବାରୁ ଏହା ଆମ ପାଇଁ ସବୁଠାରୁ ବଡ଼ ଚ୍ୟାଲେଂଜ ହେବ। ଶେଷରେ ସତକୁ ସତ ଯାହା ଆଶଙ୍କା ଥିଲା ତାହା ହିଁ ଘଟିଲା। ଶେଷରେ ଅଗ୍ନିପରୀକ୍ଷାରେ ଇସ୍ରୋ ସଫଳ ହୋଇ ପାରିଲା ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe