କନକ ବ୍ୟୁରୋ : ଆରମ୍ଭ ହୋଇଯାଇଥିଲା ଓଲଟଗଣତି। ରୁଦ୍ଧଶ୍ବାସରେ ସମସ୍ତେ ଅପେକ୍ଷା କରିଥିଲେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଅବତରଣକୁ। ଅବତରଣ ପ୍ରକ୍ରିୟା ମଧ୍ୟ ଠିକଠାକ୍ ଚାଲିଥିଲା। ହେଲେ ଶେଷ ମୁହୂର୍ତ୍ତରେ ବିଚ୍ଛିନ୍ନ ହୋଇଗଲା ସଂପର୍କ। ଚନ୍ଦ୍ରପୃଷ୍ଠଠାରୁ ୨.୧ କିମି ପୂର୍ବରୁ ଏଭଳି ଏକ ଅପ୍ରତ୍ୟାଶିତ ଅଘଟଣ ଯୋଗୁଁ ବିକ୍ରମର ଅବତରଣ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ। ଫଳରେ ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରାବତରଣ ଅଭିଯାନ ବିଫଳ ହୋଇ ଯାଇଥିବା ବିଚାର କରାଯାଉଛି। ଶୁକ୍ରବାର ମଧ୍ୟରାତ୍ରିରେ ମହାକାଶ ଇତିହାସରେ ଭାରତର ମହାକାଶ ଗବେଷଣା ପ୍ରତିଷ୍ଠାନ ‘ଇସ୍ରୋ’ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି ବୈଜ୍ଞାନିକଠୁ ନେଇ ସମସ୍ତେ ଆଶା କରିଥିଲେ। କାରଣ ଜୁଲାଇ୨୨ ତାରିଖରେ ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣରୁ ନେଇ ଗତକାଲି ମଧ୍ୟରାତ୍ରି ୧.୫୦ ମିନିଟ୍ ପର୍ଯ୍ୟନ୍ତ ସବୁକିଛି ଯୋଜନା ମୁତାବକ ଠିକଠାକ୍ ଚାଲିଥିଲା।
/kanak/media/post_attachments/wp-content/uploads/2019/09/download-1.jpg)
ପ୍ରାୟ ୧୦ ମିନିଟ୍ ପୂର୍ବରୁ ଲ୍ୟାଣ୍ଡର ବିକ୍ରମର ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ୧୩୦ କୋଟି ଭାରତୀୟ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ୧.୫୨ ମିନିଟରେ ଅବତରଣ କରିବ ବୋଲି ପୂର୍ବରୁ ବୈଜ୍ଞାନିକମାନେ ଆକନଳ କରିଥିଲେ ହେଁ ଠିକ୍ ସେତିକିବେଳେ ହିଁ ସଂପର୍କ ଛିନ୍ନ ହୋଇ ଯାଇଥିଲା। ଏହାପରେ ବୈଜ୍ଞାନିକମାନଙ୍କ ମୁହଁରେ ନିରାଶା ଛାଇ ଯାଇଥିଲା। ତଥାପି ସେମାନେ ବେଶ୍ କିଛି ସମୟ ଅପେକ୍ଷା କରିଥିଲେ। ମାତ୍ର ସିଗ୍ନାଲ୍ ନ ଆସିବାରୁ ଶେଷରେ ରାତି ୨.୧୮ ମିନିଟରେ ଇସ୍ରୋର ଅଧ୍ୟକ୍ଷ କେ.ଶିବନ୍ ସଂପର୍କ ଛିନ୍ନ ହୋଇଥିବା ଘୋଷଣା କରିଥିଲେ।
/kanak/media/post_attachments/wp-content/uploads/2019/09/chandrayaan2mission-1000_6.jpg)
/kanak/media/post_attachments/wp-content/uploads/2019/09/EDz0N2HVUAE_Or7.png)