କନକ ବ୍ୟୁରୋ: ଆନ୍ଧ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ ହୋଇଯାଇଛି ଚନ୍ଦ୍ରଯାନ-୩ କିନ୍ତୁ ଏହାକୁ ଚନ୍ଦ୍ରରେ ପହଞ୍ଚିବାକୁ ପାଖାପାଖି ମାସେ ସମୟ ଲାଗିବ । ଅଗଷ୍ଟ ୨୩/୨୪ ତାରିଖ ଆଡକୁ ଏହା ଚନ୍ଦ୍ରପୃଷ୍ଠ ଛୁଇଁବ ବୋଲି ବୈଜ୍ଞାନିକ ଆକଳନ କରିଛନ୍ତି । ଅବଶ୍ୟ ଏହି ତାରିଖ ଆଗପଛ ବି ହୋଇପାରେ ବୋଲି କୁହାଯାଉଛି ।

Advertisment

ଏହା ପୂର୍ବରୁ ଉତକ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୨ ୨୦୧୯ ଜୁଲାଇ ୨୨ ତାରିଖରେ ଲଞ୍ଚ ହୋଇଥିଲା କିନ୍ତୁ ସେପ୍ଟେମ୍ବର ୬-୭ରେ ବିକ୍ରମ ଲ୍ୟାଣ୍ଡର କ୍ରାସ୍ ଲ୍ୟାଣ୍ଡିଙ୍ଗ ହୋଇଥିଲା । ଏଥିରେ ହୋଇଥିବା ତ୍ରୁଟି ବିଚ୍ୟୁତିକୁ ଦୃଷ୍ଟିରେ ରଖି ଚନ୍ଦ୍ରଯାନ-୩କୁ ଉତକ୍ଷେପଣ କରାଯାଇଛି ।