କନକ ବ୍ୟୁରୋ: ସଫଳତାର ସହ ଅର୍ବିଟରେ ପହଞ୍ଚିଛି ଚନ୍ଦ୍ରଯାନ-୩ । ଏବେ ଚନ୍ଦ୍ରପୃଷ୍ଠରେ ଏହାର ଅବତରଣକୁ ସମସ୍ତଙ୍କ ଅପେକ୍ଷା । ଯଦି ଏହା ସଫଳ ହୁଏ ତେବେ ଆମେରିକା, ଚୀନ ଓ ସୋଭିଏତ୍ ସଂଘ ପରେ ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଚତୁର୍ଥ ସ୍ଥାନ ହାସଲ କରିବ ଭାରତ ।

Advertisment

୨୦୧୯ରେ ଚନ୍ଦ୍ରଯାନ-୨ର ଉତକ୍ଷେପଣ ସଫଳ ହୋଇଥିଲେ ବି ଚନ୍ଦ୍ରପୃଷ୍ଠରେ ଏହାର ଅବତରଣ ବିଫଳ ହୋଇଯାଇଥିଲା । ଫଳରେ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଏକପ୍ରକାର ନିରାଶା ଖେଳିଯାଇଥିଲା । ସେତେବେଳେ ସାହାସ ଦେବାକୁ ଯାଇ ତକ୍ରାଳୀନ ଇସ୍ରୋ ଅଧ୍ୟକ୍ଷ କେ ଶିବାନଙ୍କୁ କୋଳାଗ୍ରତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।