କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ଅବତରଣ କରିସାରିଛି ଲ୍ୟାଣ୍ଡର ବିକ୍ରମ । ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ଲ୍ୟାଣ୍ଡର ବିକ୍ରମ ପଠାଇଥିବା ଫଟୋ ଏବେ ବେଶ ଭାଇରାଲ ହେଉଛି । ଯେଉଁଥିରେ ଅତି ନିକଟରୁ ଚନ୍ଦ୍ର ପୃଷ୍ଠ ଦେଖାଯାଉଥିବା ବେଳେ ଲ୍ୟାଣ୍ଡରର ଗୋଟିଏ ଗୋଡର ଛାଇ ମଧ୍ୟ ଦୃଶ୍ୟମାନ ହେଉଛି । ରୋଭର ଅବତରଣ କରିବା ବେଳେ ଚନ୍ଦ୍ରପୃଷ୍ଠରେ ଉଡିଥିବା ଧୂଳି କଣାକୁ ପୁଣିଥରେ ପୂର୍ବାବସ୍ଥାକୁ ଫେରିବାକୁ ଅପେକ୍ଷା କରାଯାଇଥିଲା । ଏବଂ ଏହି ପ୍ରକ୍ରିୟା ପରେ ଲ୍ୟାଣ୍ଡର ବିକ୍ରମ ଭିତରୁ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠକୁ ବାହାରିଥିବା ଗୁରୁବାର ସକାଳେ ଇସ୍ରୋ ସୂଚନା ଦେଇଛି ।

Advertisment

ପ୍ରଜ୍ଞାନ ଏବେ ୧୪ଦିନ ପର୍ଯ୍ୟନ୍ତ ଜହ୍ନରେ ରହି ଅଧ୍ୟୟନ କରିବ ଓ ତଥ୍ୟ ସଂଗ୍ରହ କରି ଲ୍ୟାଣ୍ଡର ବିକ୍ରମକୁ ପଠାଇବ । ଯାହା ଇସ୍ରୋର ବୈଜ୍ଞାନିକଙ୍କ ନିକଟରେ ପହଂଚିବ । ବଡ କଥା ହେଉଛି ଏହି ସମୟରେ ଉଭୟ ପ୍ରଜ୍ଞାନ ଏବଂ ରୋଭର ପରସ୍ପର ଉପରେ ରଖିବେ ନଜର । କିନ୍ତୁ ଉଭୟ ପ୍ରଜ୍ଞାନ ଏବଂ ରୋଭର ଚନ୍ଦ୍ରରେ ଗୋଟିଏ ଦିନ ପାଇଁ କାମ କରିବେ । ଯାହା ଆମ ପଇଁ ୧୪ ଦିନ ସହ ସମାନ । ଏହାର କାରଣ ଚନ୍ଦ୍ରମାର କେବଳ ଗୋଟିଏ ଭାଗ ହିଁ ପୃଥିବୀକୁ ଦେଖାଯାଇଥାଏ । ଏହାଦ୍ୱାରା ଚନ୍ଦ୍ରରେ ସୂର୍ଯ୍ୟ ଉଦୟରୁ ଅସ୍ତ ହେବା ଭିତରେ ପୃଥିବୀରେ ୧୪ ଦିନ ପଳେଇଥାଏ । ଚନ୍ଦ୍ରରେ ସୂର୍ଯ୍ୟୋଦୟ ହେବା ପରେ ସେଠାରେ ବିକ୍ରମ ଅବତରଣ କରିଛି । ଲ୍ୟାଣ୍ଡରରେ ଖଂଜାଯାଇଥିବା ସୋଲାର ପ୍ୟାନେଲ ସୂର୍ଯ୍ୟ କରିଣରୁ ଶକ୍ତି ନେଇ କାମ କରିବ । ଏଥିରେ ୨୬ କେଜି ବିଶିଷ୍ଟ ରୋଭର ପ୍ରଜ୍ଞାନରେ ୨ଟି ଯନ୍ତ୍ରାଂଶ ରହିଛି । ସେମଧ୍ୟରୁ ଆଲଫା ପାର୍ଟିକିଲ ଏକ୍ସରେ ସ୍ପେକ୍ଟୋମିଟର ଖଣିଜ ପଦାର୍ଥ ଉପରେ ଅଧ୍ୟୟନ କରିବ ଓ ସେହିପରି ଲେଜର ଇନଡ୍ୟିଜ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ ମାଟି ଉପରେ ତଥ୍ୟ ସଂଗ୍ରହ କରିବ ।

କେବଳ ଗୋଟିଏ ଚନ୍ଦ୍ର ଦିବସ ପାଇଁ ବିକ୍ରମ ଓ ପ୍ରଜ୍ଞାନ ତଥ୍ୟ ସଂଗ୍ରହ କରିବ ବୋଲି ଆକଳନ କରାଯାଇଥିଲେ ମଧ୍ୟ ଏହାଯେ ପରବର୍ତୀ ପଯ୍ୟାୟରେ କାମକରିପାରେ ବୋଲି ଆଶା କରାଯାଉଛି ।