କନକ ବ୍ୟୁରୋ: ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ । ବିକ୍ରମଠାରୁ ଅଲଗା ହେବା ପରେ ଚନ୍ଦ୍ରପୃଷ୍ଠରେ ବୁଲିଲା ପ୍ରଜ୍ଞାନ । ଏବେ ଚନ୍ଦ୍ରପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ରୋଭର ପ୍ରଜ୍ଞାନ । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଇସ୍ରୋ ପକ୍ଷରୁ କୁହାଯାଇଛି ୧୪ ଦିନ ଧରି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋବର ଚନ୍ଦ୍ରପୃଷ୍ଠରୁ ତଥ୍ୟ ପଠାଇବ । ହେଲେ କଣ ଆପଣ ଜାଣିଛନ୍ତି, ଯାହା ପୃଥିବୀର ୧୪ ଦିନ, ସେଟା ଚନ୍ଦ୍ରମାରେ ଗୋଟିଏ ଦିନ । ଅର୍ଥାତ୍ ମାତ୍ର ଗୋଟିଏ ଦିନ ହିଁ ଚନ୍ଦ୍ରପୃଷ୍ଠରେ କାମ କରିବ ବିକ୍ରମ୍ ଓ ପ୍ରଜ୍ଞାନ । କେମିତି ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀରେ ୧୪ ଦିନ ଆସନ୍ତୁ ବୁଝିବା । ତେବେ ୧୪ ଦିନ ପରେ ଚନ୍ଦ୍ରମାରେ ଯେତେବେଳେ ପୁନଃ ସୂର୍ଯ୍ୟ ଉଦୟ ହେବ ସେତେବେଳେ ଇସ୍ରୋ ପଠାଇଥିବା ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋବର କାମ କରିବ କି ନାହିଁ ତାହା ବର୍ତମାନ ସୁଦ୍ଧା ବୈଜ୍ଞାନିକମାନେ ବି ଜାଣିନାହାନ୍ତି ।

Advertisment

ଚନ୍ଦ୍ରଯାନ: ୧୪ ଦିନର ଚ୍ୟାଲେଂଜ୍
ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀରେ ୧୪ ଦିନ
- ଚନ୍ଦ୍ର ଯେପରି ପୃଥିବୀ ଚାରିପଟେ ପରିକ୍ରମା କରେ ନିଜ କକ୍ଷପଥରେ ବି ପରିକ୍ରମା କରିଥାଏ
- ଫଳରେ ଚନ୍ଦ୍ରମାର କେବଳ ଗୋଟିଏ ଭାଗ ହିଁ ପୃଥିବୀକୁ ଦେଖାଯାଇଥାଏ
- ଏହାଦ୍ୱାରା ଚନ୍ଦ୍ରରେ ସୂର୍ଯ୍ୟ ଉଦୟରୁ ଅସ୍ତ ହେବା ଭିତରେ ପୃଥିବୀରେ ୧୪ ଦିନ ପଳେଇଥାଏ
- ଚନ୍ଦ୍ରରେ ସୂର୍ଯ୍ୟୋଦୟ ହେବା ପରେ ସେଠାରେ ବିକ୍ରମ ଅବତରଣ କରିଛି
- ଲ୍ୟାଣ୍ଡରରେ ଖଂଜାଯାଇଥିବା ସୋଲାର ପ୍ୟାନେଲ ସୂର୍ଯ୍ୟ କରିଣରୁ ଶକ୍ତି ନେଇ କାମ କରିବ
- ଆଉ ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ହିଁ ପ୍ରଜ୍ଞାନ ରୋବର କାମ କରିବ
- ସୂର୍ଯ୍ୟ ଅସ୍ତ ହୋଇଗଲେ ଚନ୍ଦ୍ରର ଦକ୍ଷିଣ ମେରୁର ତାପମାତ୍ରା ହ୍ରାସ ପାଇଥାଏ
- ମାଇନସ୍ ୨୩୦ ଡିଗ୍ରୀକୁ ଖସିଯାଇଥାଏ ଚନ୍ଦ୍ରମାର ତାପମାତ୍ରା
- ଏତେ ଥଣ୍ଡାରେ କୌଣସି ବି ଉପକରଣ କାମ କରିବା ଅସମ୍ଭବ
- ଫଳରେ ଚନ୍ଦ୍ରରେ କେବଳ ୧୨ ଘଂଟା ପାଇଁ ହିଁ କାମ କରିବ ବିକ୍ରମ ଓ ପ୍ରଜ୍ଞାନ
- ଯାହା ପୃଥିବୀର ୧୪ ଦିନ ସହ ସମାନ