କନକ ବ୍ୟୁରୋ: ଶେଷରେ ଅପେକ୍ଷାର ଅନ୍ତ ଘଟିଛି । ଜୁଲାଇ ୧୩ରେ ଚନ୍ଦ୍ରଯାନ ଥ୍ରୀକୁ ଇସ୍ରୋ ଲଂଚ କରିବ ବୋଲି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମୁଖ୍ୟ ଏସ ସୋମନାଥନ ଏହି ସୂଚନା ପ୍ରଦାନ କରିଛନ୍ତି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଚନ୍ଦ୍ରଯାନ ଥ୍ରୀର ଉତକ୍ଷେପଣ କରାଯିବ । ଯଦି ଏହି ଉତକ୍ଷପଣ ସଫଳ ହେବ ତେବେ ୪ର୍ଥ ଦେଶଭାବେ ଭାରତ ପରିଗଣିତ ହେବ । ପୂର୍ବରୁ ରୁଷ, ଆମେରିକା ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରିସାରିଛନ୍ତି । ୨୦୧୯ ମସିହା ଜୁଲାଇ ୨୨ ତାରିଖରେ ଚନ୍ଦ୍ରଯାନ ଟୁ ଅଭିଯାନ ଆରମ୍ଭ ହୋଇଥିଲା । ୨୦୧୯ରେ ପ୍ରଥମ ଉତକ୍ଷେପଣ ଚେଷ୍ଟା ବିଫଳ ହୋଇଥିଲା ।

Advertisment

ଜହ୍ନକୁ ଯାତ୍ରା
ଜୁଲାଇ ୧୩ରେ ‘ଚନ୍ଦ୍ରୟାନ-୩’
- ତୃତୀୟ ଥର ପାଇଁ ଚନ୍ଦ୍ରପୃଷ୍ଠକୁ ଯାଉଛି ଭାରତ
- ୨୦୦୮ ମସିହାରେ ଭାରତ ‘ଚନ୍ଦ୍ରଯାନ-୧’ ଇତିହାସ ରଚିଥିଲା
- ‘ଚନ୍ଦ୍ରଯାନ-୧’ ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ ପାଇଥିଲା
- ୨୦୧୯ରେ ‘ଚନ୍ଦ୍ରଯାନ-୨’ ଥିଲା ଭାରତର ଦ୍ୱିତୀୟ ଅଭିଯାନ
- ବିକ୍ରମ ନାମକ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବସ୍ଥାପିତ କରିବାର ଥିଲା
- ଦୁର୍ଘଟଣା ବା କ୍ରାସ ଯୋଗୁଁ ଭାରତର ଚନ୍ଦ୍ର ଅଭିଯାନ ବିଫଳ
-‘ଚନ୍ଦ୍ରଯାନ-୨’ର ବିଫଳତା ପରେ ଏବେ ‘ଚନ୍ଦ୍ରଯାନ-୩’ର ଅଭିଯାନ
- ଜୁଲାଇ ୧୩ରେ ମହାକାଶକୁ ଯିବ ‘ଚନ୍ଦ୍ରଯାନ-୩’
-ଶ୍ରୀହରିକୋଟା ସ୍ପେସ ସେଂଟରରୁ ଉତ୍କ୍ଷେପଣ ହେବ
-‘ଚନ୍ଦ୍ରଯାନ-୩’ ବାବଦକୁ ୬୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି
- ‘ଚନ୍ଦ୍ରଯାନ-୨’ ଭଳି ଏଥିରେ ଲ୍ୟାଣ୍ଡର ଓ ରୋବର ରହିବ
- ‘ଚନ୍ଦ୍ରଯାନ-୩’ ପୂର୍ବ ଭଳି ଅରବିଟର ରହିବ ନାହିଁ