କନକ ବ୍ୟୁରୋ : ଜୀବନଜଗତ ବଞ୍ଚିବା ପାଇଁ ଅମ୍ଲଜାନର ଆବଶ୍ୟକତା ରହିଥାଏ । ପୃଥ୍ୱୀବୀ ପୃଷ୍ଠରେ ଅମ୍ଲଜାନ ଥିବାରୁ ଏଠାରେ ଜୀବନର ସତା ରହିଛି । ଚନ୍ଦ୍ରରେ ଜୀବନଜଗତ ରହିପାରିବ କି? ଏହାକୁ ନେଇ ସବୁବେଳେ ତର୍କ-ବିତର୍କ ହୁଏ । ଚନ୍ଦ୍ରଯାନ-୩ରୁ ମିଳିଥିବା ତଥ୍ୟ, ଚନ୍ଦ୍ରରେ ଜୀବଜଗତ ସମ୍ଭବ ଏଭଳି ଆଶା ସୃଷ୍ଟି ହୋଇଛି । ରୋଭରରେ ଥିବା ଲିବ୍ସ ନାମକ ଯନ୍ତ୍ର ଚନ୍ଦ୍ରପୃଷ୍ଠରେ ଅନେକ ଗୁଡ଼ିଏ ପଦାର୍ଥ ରହିଛି ବୋଲି ସ୍ପଷ୍ଟ କରିଛି ।

Advertisment

ପ୍ରାଥମିକ ସ୍ତରରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫର୍ ରହିଛି ବୋଲି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିଛି । ଲିବ୍ସ ହେଉଛି ଏଭଳି ଏକ ଯନ୍ତ୍ର, ଯାହା ଚନ୍ଦ୍ରପୃଷ୍ଠରେ ଥିବା ମାଟି ଓ ପଥରର ରସାୟନିକ ପଦାର୍ଥର ଅନୁଧ୍ୟାନ କରେ । ତେବେ ଚନ୍ଦ୍ରପୃଷ୍ଠରେ ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟିଟାନିୟମ୍, ଭଳି ପଦାର୍ଥ ରହିଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାର ତୃତୀୟ ପର୍ଯ୍ୟାୟରେ ଚନ୍ଦ୍ରରେ ଅମ୍ଲଜାନ, ସିିଲିକନ୍, ମାଙ୍ଗାନିଜ୍ ଥିବାର ମଧ୍ୟ ସୂଚନା ଦିଆଯାଇଛି । ଚନ୍ଦ୍ରରେ ଅମ୍ଲଜାନ ଥିବାର ସୂଚନା ଭାରତର ବୈଜ୍ଞାନିକଙ୍କୁ ଆହୁରୀ ଉତ୍ସାହିତ କରିଛି । ଅମ୍ଳଜାନର ଅବସ୍ଥିତି ଅର୍ଥାତ୍, ପୂର୍ବରୁ ଏଠାରେ କିଛି ଜୀବ ରହିଛନ୍ତି କି ? ତାକୁ ନେଇ ଅଧିକ ପରୀକ୍ଷା କରିବା ପାଇଁ ବୈଜ୍ଞାନିକଙ୍କୁ ଅଧିକ ଉତ୍ସାହିତ କରିବ ।

ଅନ୍ୟପଟେ, ପରୀକ୍ଷା କହୁଛି, ଭବିଷ୍ୟତରେ ଏହି ସ୍ଥାନରେ ହାଇଡ୍ରୋଜେନର ମଧ୍ୟ ଅବସ୍ଥିତି ଥିବା ମଧ୍ୟ ସମ୍ଭାବନା ରହିଛି । ହାଇଡ୍ରୋଜେନ୍ ମିିଳିଗଲେ, ବୈଜ୍ଞାନିକଙ୍କୁ ଆଉ ଗୋଟିଏ ବଡ଼ ସଫଳତା ମିିଳିବ । ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ଜଳ ଥିବାର ସ୍ପଷ୍ଟ କରିଥିଲା । ଚନ୍ଦ୍ରଯାନ-୩, ଚନ୍ଦ୍ରପୃଷ୍ଠରେ ଅମ୍ଲଜାନ ଥିବାର କଥା ଗୋଟିଏ ସୂଚନା ଦେଉଛି ଯେ, ଚନ୍ଦ୍ରରେ ବିଭିନ୍ନ ରାସାୟନିକ ପ୍ରକ୍ରିିୟା ମଧ୍ୟ ଚାଲିଛି । ଯାହା ଜଳରୁ ହାଇଡ୍ରେଜେନ୍ ଓ ଅକ୍ସିଜେନକୁ ଅଲଗା କରିପାରୁଛି ।