କନକ ବ୍ୟୁରୋ : ମହାକାଶ ବିଜ୍ଞାନରେ ଯୋଡି ହେଲା ନୂଆ ଅଧ୍ୟାୟ । ଜହ୍ନକୁ ଯାତ୍ରା ଆରମ୍ଭ କଲା ଚନ୍ଦ୍ରଯାନ-୩ । ଇସ୍ରୋର ବହୁ ପ୍ରତିକ୍ଷିତ ମୁନ ମିଶନ ଚନ୍ଦ୍ରଯାନ ଥ୍ରୀର ସଫଳ ଉତକ୍ଷେପଣ ହୋଇଛି । ଆନ୍ଧପ୍ରଦେଶର ଶ୍ରୀହରିକୋଟା ସତୀଶ ଧୱନ ୨ୟ ଲଞ୍ଚପ୍ୟାଡରୁ ଉତକ୍ଷେପଣ କରାଯାଇଛି । ପୂର୍ବ ନିଦ୍ଧାରିତ ସମୟ ଅନୁସାରେ ଜୁଲାଇ ୧୪ ଦିବା ୨ଟା ୩୫ ମିନିଟିରେ ଏଲଭିଏମ ଥ୍ରୀ ଏମ ଫୋର ରକେଟ ଯୋଗେ ଉଡାଣ ଭରିଛି ଚନ୍ଦ୍ରଯାନ ଥ୍ରୀ । ଇସ୍ରୋ ସୂଚନା ଅନୁସାରେ ଉତକ୍ଷେପଣର ୩ଟି ସୋପାନ ସଫଳ ହୋଇଛି । ଭୁପୃଷ୍ଠ ଚାଡିବାର ୧୬ ମିନିଟି ପରେ ୧୮୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି । ଯଦି ସବୁ କିଛି ଠିକଠାକ ରୁହେ ତେବେ ଅଗଷ୍ଟ ୨୩ କିମ୍ବା ୨୪େରେ ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ହେବ । ଯାହା ଉପରେ ସାରା ବିଶ୍ୱର ନଜର ରହିଛି । ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଲ୍ୟାଣ୍ଡିଂ ପାଇଁ ସ୍ଥାନ ଚୟନ କରିଛି ଇସ୍ରୋ । ଅବତରଣ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହେବ ।

Advertisment

ଏଲଭିଏମ ଥ୍ରୀ ଏମ୍ ଫୋର ରକେଟ ଯୋଗେ ଚନ୍ଦ୍ରପୃଷ୍ଠକୁ ବିକ୍ରମ ଲ୍ୟାଣ୍ଡର ଓ ରୋଭର ପ୍ରଜ୍ଞାନ ପ୍ରେରଣ କରାଯାଇଛି । ବିକ୍ରମ ଲ୍ୟାଣ୍ଡରର ଥିବା ଚାରୋଟି ପେ-ଲୋଡ ପୃଥୀବି ଓ ଚନ୍ଦ୍ର ମଧ୍ୟରେ ସଠିକ ଦୂରତା ଚିହ୍ନଟ କରିବ । ଚନ୍ଦ୍ରପୃଷ୍ଠରେ ତାପମାତ୍ରା ସଂଚାଳନ ବାବଦରେ ସୂଚନା ଦେବ । ପ୍ରଜ୍ଞାନ ରୋଭରେ ଲାଗିଥିବା ଏକ୍ସରେ ଓ ଲେଜର ଚନ୍ଦ୍ରପୃଷ୍ଠର ଗଠନର ତଥ୍ୟ ପଠାଇବ ।

୨୦୧୯ରେ ଲଂଚ୍ ହୋଇଥିବା ଚନ୍ଦ୍ରଯାନ ଟୁ ଚନ୍ଦ୍ରପୃଷ୍ଠରେ ସପ୍ଟ ଲ୍ୟାଣ୍ଡିଂ କରିବା ବଦଳରେ ହାର୍ଡ ଲ୍ୟାଣ୍ଡିଂ କରିଥିଲା । ତେଣୁ ଚନ୍ଦ୍ରଯାନ ଥ୍ରୀରେ ଅନେକ ଗୁଡିଏ ତ୍ରୁଟି ସଂଶୋଧନ କରାଯିବା ସହ ପରିବର୍ତ୍ତନ କରାଯାଇଛି । ଲ୍ୟାଣ୍ଡରର ଡିଜାଇନ ଅଧିକ ବିକଶିତ କରଯାଇଛି । ମହାକାଶରେ ପୂରା ପ୍ରକିୟା ପ୍ରାୟ ୪୨ଦିନ ଧରି ଚାଲିବ । ମିଶନ ସଫଳ ହେଲେ ଚନ୍ଦ୍ରଯାନର ସଫଳ ଉତକ୍ଷେପଣ ପରେ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସହ ବୈଜ୍ଞାନିକଙ୍କ ଧନ୍ୟବାଦ ଜଣାଇଛନ୍ତି ।