୨୦୨୦ ନଭେମ୍ବର ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ ! ନୂଆ ମିସନରେ ରହିବ ଲ୍ୟାଣ୍ଡର ଓ ରୋଭର

Advertisment
୨୦୨୦ ନଭେମ୍ବର ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ ! ନୂଆ ମିସନରେ ରହିବ ଲ୍ୟାଣ୍ଡର ଓ ରୋଭର

source : dna

କନକ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରପୃଷ୍ଠର ବିସ୍ତୃତ ଅଧ୍ୟୟନ ପାଇଁ ‘ଚନ୍ଦ୍ରଯାନ-୨’ର ସୂକ୍ଷ୍ମ ଅବତରଣ କରାଇବାରେ ବିଫଳ ହେବାପରେ ଏବେ ପରବର୍ତ୍ତୀ ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି। ଜଣାପଡ଼ିଛି ଯେ ଇସ୍ରୋ ପକ୍ଷରୁ ‘ଚନ୍ଦ୍ରଯାନ -୩’ ପାଇଁ କାମ ଆରମ୍ଭ ହୋଇଯାଇଛି। ନଭେମ୍ବର ୨୦୨୦ ସୁଦ୍ଧା ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରାଇବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଏନେଇ ଇସ୍ରୋ ଅନେକ କମିଟି ଗଠନ କରିଛି। ଗତ ଅକ୍ଟୋବରଠାରୁ ଏ ବାବଦରେ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ୪ଟି ଉଚ୍ଚସ୍ତରୀୟ ବୈଠକ ହୋଇଛି।

ନୂଆ ମିସନରେ କେବଳ ଲ୍ୟାଣ୍ଡର୍ ଏବଂ ରୋଭର୍ ରହିବ। ଇସ୍ରୋ ସମ୍ପୂର୍ଣ୍ଣ ଭାବେ ନୂଆ ଲ୍ୟାଣ୍ଡର୍ ଏବଂ ରୋଭର୍ ନିର୍ମାଣ କରିବ। ଏହି ମିସନରେ ରୋଭର୍ ଏବଂ ଲ୍ୟାଣ୍ଡର୍ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଅନ୍ୟପକ୍ଷେ ଚନ୍ଦ୍ରଯାନ-୨ କେଉଁ କାରଣ ପାଇଁ ବିଫଳ ହେଲା ସେ ସଂକ୍ରାନ୍ତରେ ଏକ କମିଟି ଅନୁଶୀଳନ କରୁଛନ୍ତି। ଖୁବ୍ ଶୀଘ୍ର ଏହି ଏହାର ରିପୋର୍ଟ ଦାଖଲ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe