ପୁଣି ସକ୍ରିୟ ହେବ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବ୍ରିକମ ଓ ରୋଭର ପ୍ରଜ୍ଞାନ ? ୧୪ ଦିନର ସ୍ଲିପ ମୋଡ ପରେ ପୁଣି ଆକ୍ଟିଭ ହେବା ନେଇ ଆଶାବାଦୀ ଇସ୍ରୋ

220

କନକ ବ୍ୟୁରୋ : ଆଜି ପୁଣି ଆକ୍ଟିଭ୍ ହୋଇପେରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର । ଗତ ୨୦ ତାରିଖରୁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଧିରେ ଧିରେ ଦିନ ହେବାରେ ଲାଗିଛି । ସୂର୍ଯ୍ୟ କରିଣ ଚନ୍ଦ୍ରପୃଷ୍ଠରେ ସ୍ପଷ୍ଟ ପଡିବା ପରେ ପୁଣି ଲ୍ୟାଣ୍ଡର ଏବଂ ବିକ୍ରମ ଆକ୍ଟିଭ ହେବ ବୋଲି ଇସ୍ରୋ ଆଶାବାଦୀ ଅଛି । ଯଦି ଏହା ସଫଳ ହୁଏ ତେବେ ଭାରତ ପାଇଁ ଏହା ବଡ଼ ସଫଳତା ହେବ । ଏବଂ ଆଗାମୀ ୧୪ରୁ ୧୫ ଦିନ ଯାଏଁ ଦିନ ଯାଏ ସେମାନେ ଚନ୍ଦ୍ରପୃଷ୍ଠରେ ଅଧିକ ଗବେଷଣା କରିପାରିବେ ।

ଆଜି ଇସ୍ରୋ ବୈଜ୍ଞାନିକ ପୁଣିଥରେ ଲ୍ୟାଣ୍ଡର ଓ ରୋଭର ସହ ସମ୍ପର୍କ କରିବେ । ସେତେବେଳକୁ ଲ୍ୟାଣ୍ଡର ଓ ରୋଭରରେ ଲାଗିଥିବା ବ୍ୟାଟେରୀ ଚାର୍ଜ ହୋଇଯାଇଥିବ ବୋଲି ଆଶା କରାଯାଉଛି । ଚନ୍ଦ୍ରପୃଷ୍ଠରେ ଅବତରଣର ୧୧ ଦିନ ପରେ ଲ୍ୟାଣ୍ଡର ‘ବିକ୍ରମ’ ଓ ରୋଭର ‘ପ୍ରଜ୍ଞାନ’କୁ ସ୍ଲିପ୍ ମୋଡକୁ ପଠାଯାଇଥିଲା । ଏନେଇ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ଲ୍ୟାଣ୍ଡର ଓ ରୋଭରକୁ ଶିବଶକ୍ତି ପଏଂଟରେ ରଖାଯାଇଛି ।

ସୂର୍ଯ୍ୟୋଦୟ ପରେ ଏହାର ପେଲୋଡ୍ ପୁଣିଥରେ ଆରମ୍ଭ ହୋଇପାରେ । ସେପ୍ଟେମ୍ବର ୪ ତାରିଖରେ ବିକ୍ରମ ଲ୍ୟାଣ୍ଡରକୁ ସ୍ଲିପିଂ ମୋଡକୁ ଅଣାଯାଇଥିଲା । କେବଳ ରିସିଭରକୁ ଛାଡ଼ି ବାକି ସମସ୍ତ ଯନ୍ତ୍ରାଂଶକୁ ବନ୍ଦ କରି ଦିଆଯାଇଥିଲା । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ଇତିହାସ ରଚିଥିଲା । ଏହା ସହ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଦକ୍ଷିଣ ମେରୁରେ ଅବତରଣ କରିଥିଲା ଚନ୍ଦ୍ରଯାନ-୩ । କାରଣ ପୂର୍ବରୁ କୌଣସି ଦେଶ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚି ପାରି ନାହାନ୍ତି ।