କନକ ବ୍ୟୁରୋ : ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩ । ଚନ୍ଦ୍ରର କକ୍ଷପଥରେ ପହଁଚିସାରିଛି ଚନ୍ଦ୍ରଯାନ ଥ୍ରି । ତେବେ ଚନ୍ଦ୍ରୟାନ ଲ୍ୟାଣ୍ଡର ଇମେଜର କ୍ୟାମେରା ପୃଥିବୀ ଓ ଚନ୍ଦ୍ରର ଫଟୋ ପଠାଇଛି । ଯାହାକୁ ଟୁଇଟ କରିଛି ଇସ୍ରୋ । ଚନ୍ଦ୍ରର ତୃତୀୟ କକ୍ଷପଥରେ ପହଁଚିବା ଗୋଟେ ଦିନ ପରେ ଚନ୍ଦ୍ରଯାନ-ଥ୍ରି ଏହି ଫଟୋକୁ ହୋରିଜୋଟାଂଲ ଭେଲୋସିଟି ବା ଏଲଭିସି କ୍ୟାମେରାରୁ କଏଦ ହୋଇଛି । ଇସ୍ରୋ ଟ୍ୱିଟ କରି ସୂଚନା ଦେଇଛି ଯେ ବୁଧବାର ଚନ୍ଦ୍ରଯାନ ଥ୍ରୀ ଚନ୍ଦ୍ରର ଆହୁରି ନିକଟତର ହୋଇଛି । ଅଗଷ୍ଟ ୧୪ ତାରିଖରେ ଚନ୍ଦ୍ରଯାନ ଚତୁର୍ଥ କକ୍ଷକୁ ଯିବ । ସେହିପରି ୧୬ରେ ୫ମ କକ୍ଷକୁ ଯିବ । ଅଗଷ୍ଟ ୧୭ରେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବେ । ୨୦ରେ ଲ୍ୟାଣ୍ଡର କକ୍ଷ ଅଲଗା କରାଯାଇଛି । ଅନ୍ୟପଟେ ଆସନ୍ତା ୨୩ ତାରିଖରେ ଚନ୍ଦ୍ରଯାନ-ଥ୍ରୀ ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିବ ବୋଲି ଆଶା ପ୍ରକଟ କରିଛନ୍ତି ଇସ୍ରୋ ମୁଖ୍ୟାଳୟର ସିବିପିଓ ନିର୍ଦ୍ଦେଶକ ସୁଧୀର କୁମାର ଏନ । ଗତଥର ଚନ୍ଦ୍ରଯାନର କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାହା ସଫଳ ହୋଇପାରି ନଥିଲା , ହେଲେ ଏଥର ଚନ୍ଦ୍ରଯାନରେ ନୂଆ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଏଣୁ ଏହା ସଫଳ ହେବ ବୋଲି ସେ କହିଛନ୍ତି ।

Advertisment