ଚନ୍ଦ୍ରାୟନ ଓ ଗଗନ ଯାନର ବର୍ଷ ହେବ ୨୦୨୦ : ନୂଆବର୍ଷ ଅବସରରେ ଘୋଷଣା କଲେ ଇସ୍ରୋ ମୁଖ୍ୟ କେ.ଶିବନ । କହିଲେ, ସରକାର ମଞ୍ଜୁର କରିଛନ୍ତି ୬୧୫ କୋଟି ଟଙ୍କା

144

ମିଶନ ଚନ୍ଦ୍ରାୟନ -୩କୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିପାଇଁ ୬୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ଚନ୍ଦ୍ରାୟନ-୩ ପାଇଁ କାମ ମଧ୍ୟ ଆରମ୍ଭ ହୋଇଛି । ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି, ଏହି ମିଶନ ପାଇଁ ଏକ ଟିମ ଗଠନ କରାଯାଇଛି । ଶ୍ରୀହରିକୋଟା ସହ ତାମିଲନାଡୁରେ ବି ଅନ୍ତରୀକ୍ଷ କେନ୍ଦ୍ର ହେବ । ତୁତୁକୋରିନରେ ଏଥିପାଇଁ ସ୍ଥାନ ଖୋଜାଯାଉଛି । ଯଦି ସବୁ ଠିକ ରହେ ତା ହେଲେ ଚଳିତବର୍ଷ ଶେଷସୁଦ୍ଧା ଏହି ମିଶନ ଲଂଚ କରାଯିବ ।

ଶିବନ କହିଛନ୍ତି , ଚନ୍ଦ୍ରାୟନ-୨ରେ ଇସ୍ରୋ ଭଲ ପ୍ରଗତି କରିଥିଲା । ଯଦିଓ ଏହି ମିଶନ ସଫଳ ହୋଇପାରିଲା ନାହିଁ , ତେବେ ଅର୍ବିଟର ଏବେ ବି କାମ କରୁଛି । ବୈଜ୍ଞାନିକ ତଥ୍ୟ ହାସଲ କରିବା ପାଇଁ ଏହା ଆସନ୍ତା ୭ ବର୍ଷ ଯାଏଁ କାମ କରିବ । ନିକଟରେ ଚନ୍ଦ୍ରାୟନ-୨ ବିଫଳ ହୋଇଥିଲା । ଏହା ପରେ ଭାରତ ନୂଆ ମିଶନ ଆରମ୍ଭ କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ଚନ୍ଦ୍ରାୟନ ମିଶନକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି ।

Comments are closed.