କନକ ବ୍ୟୁରୋ : ଅପେକ୍ଷା ଅନ୍ତ ହେଲା । ଜୁଲାଇ ୧୨ରୁ ୧୯ ମଧ୍ୟରେ ଚନ୍ଦ୍ରଯାନ ଥ୍ରୀକୁ ଲଞ୍ଚ କରିବ ଇସ୍ରୋ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମୁଖ୍ୟ ଏସ ସୋମନାଥନ ଏହି ସୂଚନା ପ୍ରଦାନ କରିଛନ୍ତି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଚନ୍ଦ୍ରଯାନ ଥ୍ରୀର ଉତ୍ତକ୍ଷେପଣ କରାଯିବ । ଯଦି ଏହି ଉତ୍ତକ୍ଷେପଣ ସଫଳ ହେବ ତେବେ ୪ର୍ଥ ଦେଶ ଭାବେ ଭାରତ ପରିଗଣିତ ହେବ । ପୂର୍ବରୁ ରୁଷ, ଆମେରିକା ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରିସାରିଛନ୍ତି । ୨୦୧୯ ମସିହା ଜୁଲାଇ ୨୨ ତାରିଖାରେ ଚନ୍ଦ୍ରଯାନ ଟୁ ଅଭିଯାନ ଆରମ୍ଭ ହୋଇଥିଲା । ୨୦୨୯ରେ ପ୍ରଥମ ଉତ୍ତକ୍ଷେପଣ ଚେଷ୍ଟା ବିଫଳ ହୋଇଥିଲା ।