କନକ ବ୍ୟୁରୋ : ଚନ୍ଦ୍ରକୁ ଗଲା ଚନ୍ଦ୍ରଯାନ-୩ । ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡରୁ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ହୋଇଛି । ଏହା ୩ଟି ସୋପାନ ସଫଳତାର ସହ ଅତିକ୍ରମ କରି ମହାକାଶରେ ପହଞ୍ଚିଛି । ଏଲଭିଏମ୩-ଏମ୪ ରକେଟ ଜରିଆରେ ଏହା ମହାକାଶରେ ପହଞ୍ଚିଛି । ଆସନ୍ତା ଦେଢ ମାସ ମଧ୍ୟରେ ଏହା ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ମ୍ୟାନଜିନସ-ୟୁ କ୍ରେଟର ପାଖରେ ଅବତରଣ କରିବ ।

Advertisment

ଚନ୍ଦ୍ରଯାନ ଚନ୍ଦ୍ର ଆଡକୁ ଗତି କରିବା ପୂର୍ବରୁ ପୃଥ୍ୱିବୀ ପୃଷ୍ଠର ଚତୁଃପାଶ୍ୱର୍ରେ ୫ ଥର ଘୂରି ବୁଲିବ । ଏହାପରେ ଚନ୍ଦ୍ର ଆଡକୁ ଗତି କରିବ ଚନ୍ଦ୍ରଯାନ-୩ । ପରେ ଚନ୍ଦ୍ରଯାନକୁ ଟିଏଲଆଇ କମାଣ୍ଡ ଦିଆଯିବ । ଏହାପରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଆଡକୁ ଗତି କରିବା ସହ ୩୧ ଜୁଲାଇ ସୁଦ୍ଧା ଟିଏଲଆଇ କମାଣ୍ଡ ଶେଷ କରାଯିବ । ପରେ ୫ ଅଗଷ୍ଟରେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ । ତେବେ ଏହା ସେତେବେଳେ ସମ୍ଭବ ହେବ ଯଦି ସବୁକିଛି ଠିକ୍ ଚାଲେ । ଯଦି କିଛି ସମସ୍ୟା ଦେଖାଦିଏ ତେବେ ଏହି ସମୟରେ ବୃଦ୍ଧି ହୋଇପାରେ ।

ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷରେ ପହଞ୍ଚିବା ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ପରସ୍ପର ଠାରୁ ଅଲଗା ହେବେ । ୨୩ ଅଗଷ୍ଟରେ ଗତିକୁ ହ୍ରାସ କରାଯାଇ ଏହାକୁ ଅବତରଣ ପାଇଁ ପ୍ରସ୍ତୁୂତ କରାଯିବ । ଚଳିତଥର ବିକ୍ରମ ଲ୍ୟାଣ୍ଡରକୁ ଆହୁରି ଶକ୍ତିଶାଳୀ କରାଯାଇଛି । ଏହାଛଡା ଚଳିତଥର ଲ୍ୟାଣ୍ଡରର ଲ୍ୟାଣ୍ଡିଂ ପରିସୀମାକୁ ୪ ଞ୍ଚ ୨.୫ କିଲୋମିଟର ରଖାଯାଇଛି । ଅଥାର୍ତ ବିକ୍ରମ ଲ୍ୟାଣ୍ଡରକୁ ଲ୍ୟାଣ୍ଡ କରିବାକୁ ବହୁତ ବଡ ସ୍ଥାନ ମିଳିବ । ସେହିଭଳି ଲ୍ୟାଣ୍ଡିଂ ପାଇଁ ଉପଯୁକ୍ତ ସ୍ଥାନ ନିଜେ ବାଛିବ ଲ୍ୟାଣ୍ଡର ବିକ୍ରମ । ସେହିଭଳି ଲ୍ୟାଣ୍ଡିଂ ପୂରା ପ୍ରକ୍ରିୟା ଉପରେ ନଜର ରଖିବାକୁ ଚନ୍ଦ୍ରଯାନ-୨ର କ୍ୟାମେରା କକ୍ଷପଥରେ ରହିବ ।
ଗତଥର ଅପେକ୍ଷା ବିକ୍ରମ ଲ୍ୟାଣ୍ଡରର ଇଞ୍ଜିନକୁ ମଧ୍ୟ ଆହୁରି ଶକ୍ତିଶାଳୀ କରାଯାଇଛି । ଗତଥର ଦେଖାଦେଇଥିବା ତ୍ରୁଟି ଭିତରେ କ୍ୟାମେରା ସମସ୍ୟା ମଧ୍ୟ ରହିଥିଲା । ଯାହା ଶେଷ ମୁହୂର୍ତ୍ତରେ ହିଁ ଆକ୍ଟିଭ ହୋଇଥିଲା । ତେଣୁ ଚଳିତଥର ଏଥିରେ ସୁଧାର ଅଣାଯାଇଛି । ଏହାଛଡା ବିକ୍ରମ ଲ୍ୟାଣ୍ଡରରେ କୌଣସି ତ୍ରୁଟି ଦେଖାଦେଲେ ଏହାକୁ ତୁରନ୍ତ ମରାମତି କରାଯିବ । ମାତ୍ର ୯୬ ମିଲି ସେକେଣ୍ଡରେ ବିକ୍ରମ ଲ୍ୟାଣ୍ଡର ନିଜର ତ୍ରୁଟି ସୁଧାରିବ । ଏହାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ନିର୍ମାଣ କରାଯାଇଛି । ତେଣୁ ଏଥର ଏଥିରେ ତ୍ରୁଟି ମିଳିବାର ସମ୍ଭାବନା ଯଥେଷ୍ଟ କମ । ଯାହା ଚନ୍ଦ୍ରଯାନ-୩ ମିଶନ ସଫଳତା ପଥରେ ଆଗେଇ ନେବ ।