କନକ ବ୍ୟୁରୋ: ଜୁନ୍ ୨ରେ ଭାରତ ସୃଷ୍ଟି କଲା ଇତିହାସ । ଚନ୍ଦ୍ର ଅଭିମୁଖେ ବାହାରିଲାଚନ୍ଦ୍ରଯାନ-୩ । ଇସ୍ରୋ ବୈଜ୍ଞାନିକଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାହାବା କଲା ସାରା ବିଶ୍ୱ । ହେଲେ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଇଞ୍ଜିନିୟର୍ସଙ୍କ ଦୂରାବସ୍ଥା ପ୍ରତି କାହାରି ନିଘା ନାହିଁ ।

Advertisment

ଚନ୍ଦ୍ରଯାନର ଉତକ୍ଷେପଣ ହେଉଥିବା ଲଞ୍ଚପ୍ୟାଡର ନିର୍ମାଣ ପାଇଁ ଯେଉଁ ଇଞ୍ଜିନିୟର ଓ ଟେକ୍ନିଆନ୍ ମାନେ ଉପକରଣ ଯୋଗାଇଲେ ସେମାନେ ଏବେ ଦୁର୍ଦ୍ଦିନରେ ।ନା ମିଳିଛି ଦରମା ନା ମିଳୁଛି ପ୍ରତିଶ୍ରୁତି । ଇସ୍ରୋକୁ ଉପକରଣ ଯୋଗାଉଥିବା ହେଭି ଇଞ୍ଜିନିଅରିଙ୍ଗ କର୍ପୋରେସନ୍ର ପାଖାପାଖି ୩୦୦୦ କର୍ମଚାରୀ ଏବେ ଅଭାବରେ ଦିନ କାଟୁଛନ୍ତି । ଏକାଧିକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଏମାନଙ୍କୁ ପାଖାପାଖି ୨୦ ମାସ ହେବ ଦରମା ମିଳିନାହିଁ । ବାରମ୍ବାର ଆନ୍ଦୋଳନ କରିବା ପରେ ବି ଅଧିକାରୀ ବା ସରକାର ନଶୁଣିବାରୁ ବାଧ୍ୟହୋଇ ଏମାନେ ଏପରି କିଛି ପେଶାକୁ ଆପଣାଇ ନେଇଛନ୍ତି ଯାହା ଆପଣଙ୍କୁ ଅଶ୍ଚର୍ଯ୍ୟ କରିପାରେ ।

HEC ଦେଶର ସବୁଠୁ ପୁରୁଣା ପବ୍ଲିକ୍ ସେକ୍ଟର ୟୁନିଟ ଭାବେ ଏହା କେବଳ ଇସ୍ରୋକୁ ନୁହେଁ ବରଂ ଦେଶର ବଡ ବଡ ଷ୍ଟିଲ ପ୍ଲାଣ୍ଟଗୁଡିକୁ ଉପକରଣ ଯୋଗାଇ ଆସିଛି । ଏହାର କର୍ମଚାରୀଙ୍କୁ ମିଳୁନି ଦରମା । ଅନେକ ଆପତ୍ତି କଲେ ବି କେହି ନଶୁଣିବାଚୁ ନାରାଜ୍ । ଏହାର ଅନେକ ଇଞ୍ଜିନିଅର ଓ ଟେକ୍ସିସିଆନଙ୍କୁ ବିଭିନ୍ନ ସ୍ଥାନରେ ମୂଲ ମଜୁରୀ କରୁଥିବାର ଦେଖିବାକୁ ମିଳିଛି ।
ମାସେ ଦୁଇ ମାସ ନୁହେଁ ଦୀର୍ଘ ୨୦ ମାସ ଦରମା ନପାଇବା ପରେ କେହି ନିଜ ପ୍ରୋଭିଡେଣ୍ଟ ଫଣ୍ଡ ଉଠାଇ ଖର୍ଚ୍ଚ କରିସାରିଲାଣି ତ ଆଉ କିଏ କରଜରେ ଏଭଳି କିଛି ଏଚଇସି କର୍ମଚାରୀ ଗଣମାଧ୍ୟମରେ ନିଜ ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ଜଣେ ହେଉଛନ୍ତି ଦେବେନ୍ଦ୍ର କୁମାର ଯିଏ ଏଚଇସିରେ ୧୯୯୩ରୁ କାମ କରିଆସୁଛନ୍ତି । କିନ୍ତୁ ଏବେ ପେଟପାଟଣା ପାଇଁ ରାଞ୍ଚିର ସାଲିମାର ବଜାରରେ ଲୁଗାପଟା ବିକ୍ରି କରୁଛନ୍ତି । ତାଙ୍କର ୩ ପିଲାଙ୍କ ପାଠପଢା ପାଇଁ ଅର୍ଥ ନାହିଁ । ସକାଳ ୯ଟାରୁ ୨ଟା ଯାଏଁ ଅଫିସରେ କାମ କରିବା ପରେ ରାତି ଯାଏଁ ଫୁଟପାଥ୍ରେ ବସି ଲୁଗାପଟା ବିକ୍ରି କରୁଛନ୍ତି ।

ସେହିଭଳି ଆଉ ଜଣେ ଏଚଇସି କର୍ମଚାରୀ ହେଉଛନ୍ତି ଉମେଶ ନାୟକ । ଯିଂଏ ଅଫିସରୁ ଫେରି ନ୍ଧ୍ୟା ୫ଟାରୁ ବିଳମ୍ବିତ ରାତିଯାଏଁ ଅଟୋ ଚଳାନ୍ତି । ଚନ୍ଦ୍ରଯାନ ଉତକ୍ଷେପଣରେ ତାଙ୍କର ଅବଦାନକୁ ମନେପକାଇ ଭାବବିହ୍ୱଳ ହୋଇପଡନ୍ତି ଉମେଶ ।

ନିକଟରେ ଏଚଇସିର ଜଣେ ଇଞ୍ଜିନିୟର ଅଜୟ ମିର୍ଦ୍ଧାଙ୍କୁ ଭେଟିଥିଲେ ଦି ହିନ୍ଦୁ ଗଣମାଧ୍ୟମର ସାମ୍ବାଦିକ । ଅଜୟ ଏବେ ରାଞ୍ଚିର ଅଗ୍ରୋଦା ଛକରେ ମୋମୋ ବିକ୍ରି କରୁଛନ୍ତି । ଏଥିରେ ତାଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ସହଯୋଗ କରୁଛନ୍ତି । ଅଫିସରୁ ୫ଟାରେ ଦିନରେ ସ୍ତ୍ରୀ ମୋମୋ ଷ୍ଟଲ ସମ୍ଭାଳୁଥିବାବେଳେ ସନ୍ଧ୍ୟା ୫ଟାରେ ଅଜୟ ଅଫିସରୁ ଫେରି ଷ୍ଟଲ ସମ୍ଭାଳନ୍ତି ।

ଏଭଳି ଆଉ ଜଣେ ଏଚଇସି ଟେକ୍ନିସିଆନ୍ ହେଉଛନ୍ତି ଅଶୋକ ରାମ, ଯିଏ ଏବେ ପରିବାର ଚଳାଇବାକୁ ରାଜମିସ୍ତରୀଙ୍କ ସହ କାମ କରୁଛନ୍ତିନ୍ଦିନେ ଆଇଟିଆଇ ପାସ୍ କରି ଏଚଇସିରେ ଚାକିରି କରୁଥିବା ଅଶୋକ ରାମ ୩ ପିଲାଙ୍କ ପଢା ଖର୍ଚ୍ଚ ଉଠାଇବାକୁ ଦୈନିକ ୪୫୦ ଟଙ୍କାରେ ମଜୁରୀ ଲାଗୁଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କାମରେ ଯାଉଥିବା ସେ କହିଛନ୍ତି ।

ଦିନେ ପୁରା ଦେଶରେ ନାଁ କରିଥିବା ହେଭି ଇଞ୍ଚିନିୟରିଙ୍ଗ କର୍ପୋରିସନ୍ର ଏଭଳି ସ୍ଥିତ ଦେଖି ଏସବୁ ସମସ୍ୟାକୁ ସୁଧାରିବାକୁ କଥା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ହେଲେ ପରେ ସବୁ ଭୁଲିଗଲେ । ତଥାପ ି ଆଶା ରଖିଛନ୍ତି କର୍ମଚାରୀ । କାଳେ ବାକି ଦରମା ତକ ମିଳିବ । ଏଥିପାଇଁ ପ୍ରତ୍ୟେତ ଦିନ ଅଫିସ ଯାଇ କାମ କରି ଫେରୁଛନ୍ତି । ଦରମା ମିଳୁନଥିବାବେଳେ ପରିବାର ପୋଷିବାକୁ ବିଭିନ୍ନ ସ୍ଥାନରେ କାମ କରୁଛନ୍ତି, ଯାହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସମସ୍ତଙ୍କୁ ଅତିଷ୍ଠ କରିଛି ।