ଆଜି ପ୍ରକ୍ଷେପଣ ହେବ ଚନ୍ଦ୍ରାଯାନ-୨ । ଅପରାହ୍ନ ୨ଟା ୪୩ ମିନିଟରେ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ହେବ ଉଦକ୍ଷେପଣ

ଜହ୍ନକୁ ଯିବ ଭାରତୀୟ ଯାନ । ଜୁଲାଇ ୧୫ରେ ଚନ୍ଦ୍ର ଅଭିଯାନ, ଚନ୍ଦ୍ରାୟନ-୨ ପାଇଁ ଇସ୍ରୋର ପ୍ରସ୍ତୁତି ।

କନକ ବ୍ୟୁରୋ: ଚନ୍ଦ୍ରାଯାନ-ଟୁର ପ୍ରକ୍ଷେପଣ ପାଇଁ ଆରମ୍ଭ ହୋଇ ସାରିଛି ଅବଗହଣା । ଆଉ କିଛି ଘଂଟାର ଅପେକ୍ଷା, ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଭାରତର ଦ୍ୱିତୀୟ ମାନବବିହୀନ ମିସନ୍ ଚନ୍ଦ୍ରଯାନ-ଟୁର ଉଦକ୍ଷେପଣ ହେବ ।

publive-image

ଅପରାହ୍ନ ୨ଟା ୪୩ ମିନିଟରେ ଏହାକୁ ପ୍ରକ୍ଷେପଣ କରାଯିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରକ୍ଷେପଣ ଦେଖିବା ପାଇଁ ଶ୍ରୀହରିକୋଟାରେ ପହଂଚିସାରିଛନ୍ତି । ଜିଏସଏଲଭି ଏମକେ-୩ ରକେଟରେ ବୈଷୟିକ ତ୍ରୁଟି ଯୋଗୁଁ ଗତ ୧୫ ତାରିଖରେ ଚନ୍ଦ୍ରଯାନ-ଟୁ ପ୍ରକ୍ଷେପଣକୁ ଅଟକାଇ ଦିଆଯାଇଥିଲା ।

publive-image

‘ଚନ୍ଦ୍ରଯାନ-୨’ ମହାକାଶ ଯାନର ଓଜନ ୩.୮ ଟନ୍‌। ଏହା ସମୁଦାୟ ୯୭୮ କୋଟି ଟଙ୍କାର ପ୍ରକଳ୍ପ। ମହାକାଶ ଯାନ ପାଇଁ ୬୦୩ କୋଟି ଏବଂ ‘ଜିଏସଏଲ୍‌ଭି ଏମ୍‌କେ-୩’ ରକେଟ୍‌ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗୋଟିଏ ଅର୍ବିଟର , ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ଏବଂ ଗୋଟିଏ ରୋଭର (ପ୍ରଜ୍ଞା)କୁ ନେଇ ଗଠିତ ହୋଇଛି ଚନ୍ଦ୍ରଯାନ-୨। ଭାରତର ମହାକାଶ ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଇସ୍ରୋ ଚନ୍ଦ୍ରଯାନର ଲ୍ୟାଣ୍ଡର୍‌ ନାମ ‘ବିକ୍ରମ’ ଏବଂ ରୋଭରର ନାମ ‘ପ୍ରଜ୍ଞା’ ରଖିଛି। ପ୍ରକ୍ଷେପଣର ୫୪ ଦିନ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ। ଏହାପରେ ରୋଭର ଲ୍ୟାଣ୍ଡରଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିବ। ଉଭୟ ରୋଭର ଏବଂ ଲ୍ୟାଣ୍ଡର ୧୪ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଅର୍ବିଟର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହି ଏହାର ମିସନ୍‌ ଜାରି ରଖିବ। ଏହି ମିସନ୍‌ରେ ୧୩ଟି ଭାରତୀୟ ପେଲୋଡ ରହିଛି। ରୋଭର୍‌ ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ, ଆଇରନ୍‌ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ଚନ୍ଦ୍ରର ଅନ୍ଧକାର ପାର୍ଶ୍ବକୁ ମଧ୍ୟ ଏହି ମିସନ୍‌ ଅଧ୍ୟୟନ କରିବ।

publive-image

ଜିଏସ୍‌ଏଲ୍‌ଭି ଏମ୍‌କେ-୩ ‘ବାହୁବଳୀ’ ରକେଟ୍‌ ୩.୮ ଟନ୍‌ର ଚନ୍ଦ୍ରଯାନକୁ ବହନ କରିବ। ଚନ୍ଦ୍ରଯାନ-୨ରେ ଖଂଜା ଯାଇଥିବା ‘ପେଲୋଡ’ ଗୁଡ଼ିକ ଚନ୍ଦ୍ରର ଗଠନ ଏବଂ ପୃଥିବୀ ସହ ଏହା କିଭଳି ଜଡ଼ିତ ତାହା ବୁଝାଇବାରେ ସହାୟକ ହେବ। ଏହାବାଦ୍‌ ଚନ୍ଦ୍ରପୃଷ୍ଠରେ ବରଫ ପାଲଟି ଯାଇଥିବା ଜଳ ସନ୍ଧାନର ଲକ୍ଷ୍ୟ ମଧ୍ୟ ଏହି ମିସନ୍‌ର ଅନ୍ତର୍ଭୁକ୍ତ। ଆମେରିକା, ରୁଷ୍‌ ଏବଂ ଚୀନ୍‌ ପରେ ଭାରତ ଚତୁର୍ଥ ଦେଶ ଭାବେ ଚନ୍ଦ୍ରରେ ସୂକ୍ଷ୍ମ ଅବତରଣ କରିବ। ୨୦୦୮ ଅକ୍ଟୋବର ୨୨ ତାରିଖରେ ଚନ୍ଦ୍ରଯାନ-୧ ଉତ୍‌କ୍ଷେପଣ ହୋଇଥିଲା। ଭାରତର ପ୍ରଥମ ମାନବବିହୀନ ଚନ୍ଦ୍ର ଅଭିଯା‌ନ ପାଇଁ ୫୪୧ କୋଟି ଖର୍ଚ୍ଚ ହୋଇଥିଲା। ଚନ୍ଦ୍ରଯାନ-୧ ଚନ୍ଦ୍ରପୃଷ୍ଠରେ ପାଣି ଥିବା ସ୍ପଷ୍ଟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe