କନକ ବ୍ୟୁରୋ : ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’କୁ ଝଟକା ଲାଗିଛି। ସୋମବାର ଭୋର୍ ୨ଟା ୫୧ ମିନିଟ୍ ସମୟରେ ଏହାର ଉତକ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ ରଖାଯାଇଛି। ଆଗାମୀ କିଛିଦିନ ମଧ୍ୟରେ ଉତକ୍ଷେପଣର ପରବର୍ତ୍ତୀ ତାରିଖ ଘୋଷଣା ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ରକେଟରେ ତ୍ରୁଟି ଥିବା ଜଣାପଡ଼ିବା ପରେ ଏହାକୁ ସ୍ଥଗିତ ରଖିବାକୁ ଏକ ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରରୁ ଶକ୍ତିଶାଳୀ ରକେଟ୍ ଜିଏସ୍ଏଲ୍ଭି ଏମକେ-୩ କୁ ବ୍ୟବହାର କରି ଚନ୍ଦ୍ରଯାନ-୨କୁ ପଠାଯିବାର କାର୍ଯ୍ୟକ୍ରମ ରହିଥିଲା। ଇସ୍ରୋର ସର୍ବାଧିକ ମହାତ୍ବାକାଂକ୍ଷୀ ମିସନ କୁହାଯାଉଥିବା ଚନ୍ଦ୍ରଯାନ-୨ର ପ୍ରକ୍ଷେପଣକୁ ନେଇ ଦେଶରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଅଚାନକ ଯାନ୍ତ୍ରିକ ତ୍ରୁଟି ସମସ୍ତଙ୍କୁ ନିରାଶ କରିଛି।ସୂଚନାଯୋଗ୍ୟ, ଉତକ୍ଷେପଣର ପ୍ରାୟ ୫୦ ଦିନ ପରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ନିର୍ଦ୍ଧାରିତ ସମୟରେ ସଫଳ ଉତକ୍ଷେପଣ ହୋଇଥିଲେ ୬ କିମ୍ବା ୭ ସେପ୍ଟେମ୍ବରରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିଥାନ୍ତା। ତେବେ ଜିଏସ୍ଏଲ୍ଭି ଏମକେ-୩ ରକେଟ ୪୪ ମିଟର ଲମ୍ବ ଏବଂ ୬୪୦ ଟନ୍ ଓଜନର ଉପଗ୍ରହକୁ ନେଇ ଯିବା ପୂର୍ବରୁ ରାତି ୨ଟା ବେଳେ ତ୍ରୁଟି ଠାବ ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/D_ZwNVFUEAUihqb.jpg)