କନକ ବ୍ୟୁରୋ: ବ୍ରହ୍ମପୁର ସାଂସଦଙ୍କୁ ନୂଆ ଦାୟିତ୍ୱ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ନିର୍ବାଚନୀ ଇସ୍ତାହାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦେଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବର୍ତମାନ ଚନ୍ଦ୍ରଶେଖରଙ୍କ ତତ୍ତ୍ୱାବଧାନରେ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରିବ ବିଜେଡି । ଦଳ କେଉଁ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ନିଜର ଇସ୍ତାହାର ପ୍ରକାଶ କରିବ, ତାର ଦାୟିତ୍ୱ ଏବେ ଚନ୍ଦ୍ରଶେଖର ସାହୁଙ୍କୁ ଦିଆଯାଇଛି । ଏଥସହିତ ତାଙ୍କୁ ରାଜ୍ୟ ଉପ ସଭାପତି ଭାବେ ମଧ୍ୟ ନୂଆ ନିଯୁକ୍ତି ମିଳିଛି ।

Advertisment