ଲକଡାଉନରେ ମାତିଛନ୍ତି ଧ୍ରୁତ : କଟକଣାର ଫାଇଦା ନେଇ ଯୋଗାଇ ଦେଉଛନ୍ତି ନକଲି ପାସ୍ : ଗୋଟିଏ ପାସକୁ ୩୦୦ଟଙ୍କାରେ ବିକି ଗିରଫ ହେଲା ଅଭିଯୁକ୍ତ

424

କନକ ବ୍ୟୁରୋ : ଲକ୍ଡ଼ାଉନରେ ଫେକ୍ ପାସ ତିଆରି କରି ବନ୍ଧା ହେଲା ଯୁବକ । ଗୋଟିଏ ପାସକୁ ୩ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଶତାଧିକ ପାସ ଜବତ ହୋଇଛି । ଚନ୍ଦ୍ରଶେଖରପୁର ଥାନା ଡ଼ମଣା ଅଂଚଳରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ରାଜ୍ୟରେ ସଂକ୍ରମଣ ବ୍ୟାପୁଥିବାରୁ ଏଥିରେ ରୋକ ଲଗାଇବା ପାଇଁ ସରକାର ତାଲାବନ୍ଦ ଘୋଷଣା କରିଛନ୍ତି । ଅମାନିଆ ମାନୁନଥିବାରୁ ପୋଲିସ ପକ୍ଷରୁ ପାସ ବ୍ୟବସ୍ଥା କରାଯାଇଛି । ହେଲେ ଏହି ସମୟରେ ନକଲି ପାସ ତିଆରି କରି ଲୋକଙ୍କ ଠାରୁ ପଇସା ଆଦାୟ କରୁଥିଲା ଅଭିଯୁକ୍ତ । ଏହାକୁ ଧରିବାରେ ସଫଳ ହୋଇଛି ପୋଲିସ ।