କନକ ବ୍ୟୁରୋ: ବାର ଉପରେ ରେଡ୍ ବେଳେ ବାଧା ଦେବା ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଏମାନଙ୍କ ବିରୋଧରେ ଆଇପିସିର ଧାରା ୩୦୭ରେ ମାମଲା ରୁଜୁ କରାଯାଇଛି । ତେବେ କରୋନା କଟକଣାକୁ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଧାନୀରେ ଚାଲିଥିଲା ବାର । ଯେଉଁ କାରଣରୁ ଗତକାଲି ୪ଟି ବାର ଉପରେ କମିଶନରେଟ୍ ପୋଲିସ ଓ ବିଏମସି ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲ ।
ଏହି ସମୟରେ ଚଢାଉ କରିବାକୁ ଯାଇ ହଟ୍ଟହଟା ହୋଇଥିଲେ ବିଏମସି ଅଧିକାରୀ । ରେଡ୍ ସମୟରେ ବିଏମସି ଗାଡି ଦେଖି ହୋଟେଲ ସିକ୍ୟୁରିଟି ଗାର୍ଡ ଲିଫ୍ଟ ବନ୍ଦ କରି ଦେଇଥିଲେ । ଫଳରେ ବିଏମସିର ଦୁଇ ଅଧିକାରୀ ଲିଫ୍ଟରେ ଫସି ରହିଥିଲେ । ଏହି ଘଟଣାରେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ବିଏମସିର ଯୁଗ୍ମ ଉପ ନିର୍ଦ୍ଦେଶକ ଅଂଶୁମାନ ରଥ । ତାଙ୍କ କହିବା ମୁତାବକ, ପ୍ରାୟ ୪୦ ମିନିଟ ଧରି ଲିଫ୍ଟରେ ଫସି ରହିଥିବା ବେଳେ ଅଣନିଶ୍ୱାସୀ ହୋଇପଡ଼ିଥିଲେ ୨ ଅଧିକାରୀ । କେବଳ ଫାଙ୍କ ବାଟେ ନିଶ୍ୱାସ ନେଉଥିବା ବେଳେ ପାୱାର ବ୍ୟାକଅପ ବି ଦେଇନଥିଲେ ବାର କର୍ତ୍ତୃପକ୍ଷ । ପରେ ପୋଲିସ ପହଞ୍ଚିି ସେମାନଙ୍କୁ ଉଦ୍ଧାର କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/26-22.jpg)