ଚନ୍ଦ୍ରଯାନ-୨ ଯାତ୍ରାରେ ଚାଷୀ ପୁଅ ଚନ୍ଦ୍ରକାନ୍ତା ! ମିଶନ୍ ମୁନର ସଫଳ ପ୍ରକ୍ଷେପଣ ପଛରେ ରହିଛି ଜଣେ ଚାଷୀପୁଅଙ୍କ ସଂଘର୍ଷ ।

545

ପଶ୍ଚିମବଙ୍ଗ କଲିକତାର ଶିବପୁର ଗାଁର ଜଣେ ଚାଷୀ ମଧୂସୁଦନ କୁମାରଙ୍କ ଘରେ ଯେତେବେଳେ ପୁଅଟିଏ ହେଲା ବାପା ମା ନା ରଖିଲେ ସୂର୍ଯ୍ୟକାନ୍ତା । କିନ୍ତୁ ଗାଁ ସ୍କୁଲ ଶିକ୍ଷକଙ୍କ ଉପଦେଶରେ ସୂର୍ଯ୍ୟକାନ୍ତା ବଦଳରେ ପୁଅ ନାଁ ରଖାଗଲା ଚନ୍ଦ୍ରକାନ୍ତା । ଏବେ ଏହା ବିଧିର ବିଧାନ କୁହନ୍ତୁ ଅବା କୌଣସି ଚମତ୍କାର , ଚନ୍ଦ୍ରକାନ୍ତା ଯେ ବଡ ହେବା ପରେ ଚନ୍ଦ୍ରଯାନ ପାଇଁ କାମ କରିବ ଏହା କାହାରିକୁ ଜଣାନଥିଲା । ଆଜିର ସମୟରେ ଚନ୍ଦ୍ରକାନ୍ତା ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ ଯେ ଚନ୍ଦ୍ରଯାନ-୨ ମିଶନ୍ ର ନେତୃତ୍ୱ କରିଛନ୍ତି । ଚନ୍ଦ୍ରଯାନ-୨ ର ସଫଳ ପ୍ରକ୍ଷେପଣ ହୋଇସାରିଛି । କିନ୍ତୁ ଚନ୍ଦ୍ରକାନ୍ତାଙ୍କ ପିତା ଗଣମାଧ୍ୟମକୁ ସାକ୍ଷାତକାରରେ କୁହନ୍ତି , ଯେତେବେଳେ ପୂର୍ବ ମିଶନ୍ କୁ ଘୁଚାଂଇ ଦିଆଗଲା ଘରେ ସମସ୍ତେ ଖୁବ୍ ଦୁଃଖୀ ଥିଲେ । କିନ୍ତୁ ବର୍ତ୍ତମାନ ଚନ୍ଦ୍ରଯାନ-୨ ର ସଫଳ ପ୍ରକ୍ଷେପଣରେ ସମସ୍ତେ ଖୁବ୍ ଖୁସୀ ଅଛନ୍ତି ।

ଚନ୍ଦ୍ରଯାନ-୨ ପାଇଁ ଚନ୍ଦ୍ରକାନ୍ତା ଭାରତୀୟ ଉପଗ୍ରହ ଏବଂ ଗ୍ରାଉଣ୍ଡ ଷ୍ଟେସନ୍ ର ଆଣ୍ଟିନା ସିଷ୍ଟମ୍ ଡିଜାଇନ୍ କରିଥିଲେ । ସେ ଚନ୍ଦ୍ରଯାନ-୧ , ଏଝଇଞ-୧୨ ଏବଂ ଇଝଞଜଙଝଇଞ ରେ ପ୍ରୋଜେକ୍ଟ ମ୍ୟାନେଜର୍ , ଆଣ୍ଟିନା ସିଷ୍ଟମ୍ ରେ କାମ କରିଥିଲେ । ବର୍ତ୍ତମାନ ସେ ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟର ଅଛନ୍ତି । ଚନ୍ଦ୍ରଯାନ-୨ ର ଆରଏଫ୍ ପ୍ରଣାଳୀର ଦାୟିତ୍ୱଭାର ତାଙ୍କ ଉପରେ ନ୍ୟସ୍ତ ଅଛି ଏବଂ ୟୁଆରଏସସିର “ଇଲେକ୍ଟ୍ରୋମ୍ୟାଗନେଟିକ୍ସ” ଖଣ୍ଡର ପ୍ରମୁଖ ଅଟନ୍ତି । ଚନ୍ଦ୍ରକାନ୍ତାଙ୍କ ବାପାଙ୍କ କହିବାନୁସାର ପିଲାବେଳୁ କାମରେ ବ୍ୟସ୍ତ ରହି ସେ ପୁଅର ପାଠପଢା ପ୍ରତି ଧ୍ୟାନ ଦେଇପାରୁନଥିଲେ ତେଣୁ ବିଦ୍ୟାଳୟରେ ହିଁ ଶିକ୍ଷକଙ୍କ ଦ୍ୱାରା ସେ ପାଠ ପଢି ୨୦୦୧ ମସିହାରେ ଇସ୍ରୋରେ ଜଏନ୍ କରିଥିଲେ ।