କନକ ବ୍ୟୁରୋ: ଚନ୍ଦ୍ରବାବୁ ନାଇଡୁଙ୍କ ଚାଞ୍ଚଲ୍ୟକର ବୟାନ । କମ୍ ଦାମରେ ଦେବେ କ୍ୱାଲିଟି ମଦ । ଆନ୍ଧ୍ରପ୍ରଦେଶରେ କ୍ଷମତାକୁ ଫେରିଲେ ତାଙ୍କ ସରକାର ଏପରି ସେବା ଯୋଗାଇବ ବୋଲି କୁପମରେ ନିର୍ବାଚନୀ ରାଲିରେ ଘୋଷଣା କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଏହି ଆସନରୁ ଚନ୍ଦ୍ରବାବୁ ପ୍ରାର୍ଥୀ ହୋଇଛନ୍ତି । ଜଗନ ରେଡ୍ଡୀ ସରକାର ବେଳେ ମଦ ଦର ୬୦ ଟଂକାରୁ ୨୦୦ ଟଂକା ହୋଇଛି । ୱାଇଏସଆର କଂଗ୍ରେସ ସରକାର ନିମ୍ନ ମାନର ମଦରେ ଅଧିକ ଦାମ ନେଉଛି ବୋଲି ନାଇଡୁ ଦାବି କରିଛନ୍ତି ।

ଆନ୍ଧ୍ରପ୍ରଦେଶରେ ମେଣ୍ଟରେ ସାମିଲ ଥିବା ଅନ୍ୟତମ ଦଳ ଜନସେନା ମୁଖ୍ୟ ପବନ କଲ୍ୟାଣ କହିଛନ୍ତି, ନିମ୍ନ ମାନର ମଦ ପିଇଲେ ଲୋକେ ଅସୁସ୍ଥ ହେବା ନିଶ୍ଚିତ । ମଦ କିଣିବା ବେଳେ କାହିଁକି ଡିଜିଟାଲ ପେମେଂଟ ଗ୍ରହଣ କରାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି । ଆନ୍ଧ୍ରରେ ମଦ କାରବାର ବେଳେ ଦୁର୍ନୀତି ହେଉଛି । ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଆନ୍ଧ୍ର ବିଜେପି ସଭାପତି ଡି ପୁରନ୍ଦେଶ୍ୱରୀ କହିଛନ୍ତି ।