କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ । ମେ ୨୩ ରେ ଆସିବ ଫଳାଫଳ । ହେଲେ ଏହା ଆଗରୁ କିଏ କେମିତି ସରକାର ଗଠନ କରିବେ ସେ ନେଇ ଆରମ୍ଭ ହୋଇଗଲାଣି ଉଦ୍ୟମ । ପୁୁରା ବିପକ୍ଷ ଏଥର ମୋଦୀଙ୍କୁ କେମିତି ଗାଦିରୁ ହଟେଇବେ ତିଆରି କରୁଛନ୍ତି ଗେମ୍ ପ୍ଲାନ୍ । ଏହାର ମୋର୍ଚା ଧରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ । ନାଇଡୁ ଆଜି ରାହୁଲଙ୍କୁ ଭେଟିବା ପରେ ଅଖିଳେଶ ଓ ମାୟାବତୀଙ୍କୁ ସାକ୍ଷାତ କରିଛନ୍ତି ।
ମୋଦୀଙ୍କୁ ହଟେଇବାକୁ ରଣନୀତି । ମେଳି ହେଉଛନ୍ତି ବିରୋଧୀ । ମେ ୨୩ ରେ ଆସିବ ନିର୍ବାଚନ ଫଳାଫଳ । ହେଲେ ଏହା ଆଗରୁ ପୁରା ବିପକ୍ଷ ଏକାଠି ହେବାକୁ ଲାଗିଲେଣି । ଫଳ ବାହାରିବା ଆଗରୁ ମୋଦୀ ବିରୋଧୀଙ୍କ ମୋର୍ଚା ଧରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ । ତେବେ ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ । ମିଳିଥିବା ସୂଚନା ଅନୁସାରେ ଚନ୍ଦ୍ରବାବୁ ନାଇଡୁ ନିର୍ବାଚନ ଫଳ ବାହାରିବା ଆଗରୁ ସମସ୍ତ ବିଜେପି ବିରୋଧୀ ଦଳ ଗୁଡିକୁ ଏକାଠି କରିବାକୁ ରଣନୀତି ତିଆରି ପାଇଁ ରାହୁଲଙ୍କୁ ନିବେଦନ କରିଛନ୍ତି । ଯଦି ବିଜେପିର ସଂଖ୍ୟା ବଳ କମ୍ ହୁଏ, ତେବେ ସରକାର ଗଠନ ପାଇଁ ଉଦ୍ୟମ କରିବେ ଅଣ ଏନଡିଏ ଦଳ ।
ରାହୁଲଙ୍କୁ ଭେଟିବା ଆଗରୁ ଦିଲ୍ଲୀରେ ଚନ୍ଦ୍ରବାବୁ ନାଇଡୁ ବାମ ଦଳ ସିପିଆଇର ସୁଧାକର ରଏ ଓ ଡି ରାଜାଙ୍କୁ ସାକ୍ଷାତ କରିଥିଲେ । ଅବଶ୍ୟକ ହେଲେ ସରକାର ଗଠନ ପାଇଁ ସିପିଆଇ ଠାରୁ ସହଯୋଗ ଆଶା ରଖିଛନ୍ତି ଚନ୍ଦ୍ରବାବୁ । ସେହିପରି ରାହୁଲଙ୍କୁ ଭେଟିବା ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଥିଲେ ଚନ୍ଦ୍ରବାବୁ । ଏହା ପରେ ଏଲଜେଡି ପାର୍ଟି ମୁଖ୍ୟ ଶରଦ ଯାଦବଙ୍କୁ ମଧ୍ୟ ଭେଟିଛନ୍ତି । ଶନିବାର ସଂଧ୍ୟାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀଙ୍କୁ ବି ସାକ୍ଷାତ କରିଛନ୍ତି ।
ଚନ୍ଦ୍ରବାବୁ ନାଇଡୁ ମୋଦୀ ବିରୋଧୀ ମୋର୍ଚା ଧରିବାର ଦିନକ ଆଗରୁ ରାହୁଲ ସ୍ପଷ୍ଟ କରିସାରିଥିଲେ କୌଣସି ବି ସ୍ଥିତିରେ ବିଜେପି ବିରୋଧୀ ଭାବେ ପରିଚିତ ଟିଡିପି, ଟିଏମସି, ଏସପି, ବିଏସପି ପରି ଦଳ କେନ୍ଦ୍ରରେ ସରକାର ଗଠନ ପାଇଁ ମୋଦୀଙ୍କୁ ସମର୍ଥନ ଦେବେନି । ତେଣୁ ଏମାନଙ୍କୁ ଏକାଠି କରି ସରକାର ଗଠନ ପାଇଁ ଉଦ୍ୟମ କରିବ କଂଗ୍ରେସ । କେରଳରେ ଯେପରି କଂଗ୍ରେସ ସରକାର ଗଠନ କରାଗଲା , ଠିକ୍ ସମାନ ଢାଂଚାରେ ଏଥର ଏନଡିଏକୁ କେନ୍ଦ୍ରରୁ କ୍ଷମତାରୁ ବିଦା କରିବାକୁ କଂଗ୍ରେସ ସମେତ ସବୁ ଅଣ ବିଜେପି ଦଳ ଯୋଜନା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/NAIDU.jpg)
/kanak/media/post_attachments/wp-content/uploads/2019/05/vlcsnap-2019-05-18-18h04m07s006-300x220.png)
/kanak/media/post_attachments/wp-content/uploads/2019/05/vlcsnap-2019-05-18-18h03m37s079-300x220.png)
/kanak/media/post_attachments/wp-content/uploads/2019/05/vlcsnap-2019-05-18-18h03m58s457-300x220.png)