ନୂଆ ସରକାର ପାଇଁ ନାଇଡୁଙ୍କ ବଡ କସରତ । ରାହୁଲ, ପାୱାରଙ୍କ ପରେ ସୋନିଆଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ।

131

କନକ ବ୍ୟୁରୋ : ନୂଆ ସରକାର ପାଇଁ ବଡ କସରତ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଶରଦ ପାୱାରଙ୍କ ପରେ ଆଜି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ । ୧୯ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ ଲଢେଇରେ ଆଜି ମତଦାନ ଜାର ରହିଥିବା ବେଳେ ମୋଦି ବିରୋଧୀଙ୍କୁ ଏକାଠି କରିବାକୁ ବଡ କସରତ କରୁଛନ୍ତି ଚନ୍ଦ୍ରବାବୁ ।

ଭାରତୀୟ ଜନତା ପାର୍ଟି ବିରୋଧରେ ମେଣ୍ଟ କରିବା ପାଇଁ ଶନିବାର ଦିଲ୍ଲୀ ଆସିଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ପ୍ରଥମେ କଂଗ୍ରେସ ଅଧ୍ୟକ୍ଷ ଏବଂ ପରେ ଶଦର ଯାଦବଙ୍କୁ ଭେଟିବା ପରେ ସୋନିଆ ଗାନ୍ଧିଙ୍କୁ ଭେଟିବା ପାଇଁ ଏବେ ସୋନିଆଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି ଟିଡିପି ସୁପ୍ରିମୋ ।

ତେବେ କଂଗ୍ରେସ ଠାରୁ ଦୂରେଇ ରହିଥିବା ଉତ୍ତରପ୍ରଦେଶର ଦୁଇ ଟାଣୁଆ ନେତା ଏସପି ସୁପ୍ରିମୋ ଅଖିଲେଶ ଯାଦବ ଏବଂ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ମଧ୍ୟ ଗତକାଲି ଭେଟିଥିଲେ ଚନ୍ଦ୍ରବାବୁ ନାଇଡୁ । ତେବେ ବିଜେପି ବିରୋଧରେ ମହାମେଣ୍ଟ କରିବା ପାଇଁ ଏହି ଦୁଇ ନେତାଙ୍କୁ ସେ ମନାଇଥିବା କୁହାଯାଉଛି । ତେବେ ଏହାରି ଭିତରେ ସମସ୍ତଙ୍କ ନଜର ରହିଛି ଆସନ୍ତା ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ ଚଳିତ ଥର ଦେଶରେ କିଏ ଗଢିବ ସରକାର ।