ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଆଦେଶପରେ ପ୍ରଶାସନ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଚନ୍ଦ୍ରବାବୁ ନାଇଡୁଙ୍କ ‘ପ୍ରଜା ବେଦିକା’ ବିଲ୍ଡିଙ୍ଗ୍ କୁ ଭାଙ୍ଗିବା କାମ ଆରମ୍ଭ କରିଦେଇଛନ୍ତି । ମଙ୍ଗଳବାର ରାତିଠାରୁ ହିଁ ‘ପ୍ରଜା ବେଦିକା’ ରେ ବୁଲ୍ଡଡୋଜର୍ ଚାଲିବା କାମ ଆରମ୍ଭ ହୋଇଯାଇଥିଲା । ଏହା ପୂର୍ବରୁ ପରିସରରେ ଜିଲ୍ଲା କଲେକ୍ଟର ଏବଂ ପୋଲିସ୍ ଅଧିକ୍ଷକଙ୍କ ଦ୍ୱିଦିବସୀୟ ବୈଠକ ପରେ ଫର୍ଣ୍ଣିଚର ଏବଂ ଇଲେକ୍ଟ୍ରୋନିକ୍ ଉପକରଣକୁ ହଟାଇବା କାମ ଆରମ୍ଭ କରାଯାଇଛି । ଏହାସହ ନେତାଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ପୋଲିସ୍ ପ୍ଲାଟୁନ୍ ମୁତୟନ କରାଯାଇଛି ।

Advertisment

publive-image

ହାତରୁ ଶାସନ ଖସିବା ସହ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଡୁଆ ବଢିବାରେ ଲାଗିଛି । ତାଙ୍କ ଅମରାବତୀ ସ୍ଥିତ ଭବ୍ୟ ବାସଭବନ ‘ପ୍ରଜା ବେଦିକା’ ଉପରେ ଚାଲିଲା ବୁଲଡୋଜର । ନୂଆ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡି ଏହି କୋଠାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସର କଡା ବଳୟ ଭିତରେ ଗତରାତିରୁ ଏହି କୋଠା ପ୍ରଜ୍ଞା ବେଦିକାରୁ ଭାଙ୍ଗିବା ଆରମ୍ଭ ହୋଇ ସାରିଛି । ଟିଡିପି ସରକାର ଥିବା ବେଳେ ନାଇଡୁ ନିଜ ବାସଭବନ ନିକଟରେ ଏହି ଭବ୍ୟ କୋଠା ନିର୍ମାଣ କରାଇଥିଲେ । ଏଥିରେ ସେ ସରକାରୀ ସହ ଦଳୀୟ କାର୍ଯ୍ୟକ୍ରମ କରୁଥିଲେ ।

publive-image

ଅନ୍ୟପଟେ ଏହି କୋଠାକୁ ବିରୋଧୀ ଦଳ ନେତାଙ୍କ ସରକାରୀ ବାସଗୃହ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଗତ ଜୁନ ୫ ତାରିଖରେ ଲେଖିଥିଲେ ଚନ୍ଦ୍ରବାବୁ । କିନ୍ତୁ ଏହାକୁ ମୁଖ୍ୟମନ୍ତ୍ରୀ ରେଡି ଗ୍ରହଣ କରି ନଥିଲେ । ନିର୍ବାଚନରେ ପରାଜୟ ହେବା ପରେ ଟିଡିପି ମୁଖିଆ ଚନ୍ଦ୍ରବାବୁ ରେଡିଙ୍କ ପରିବାର ଲୋକ ପାଉଥିବା ଅତିରିକ୍ତ ସୁବିଧା ହଟାଇ ଦେଇଛନ୍ତି ରାଜ୍ୟ ସରକାର । ଗତ ସାଧାରଣ ନିର୍ବାଚନରେ ୱାଇଏସଆରସିପି ୨୨ଟି ଲୋକସଭା ଆସନରେ ଜିତି ଥିବା ବେଳେ ଟିଡିପି ମାତ୍ର ୩ଟି ଆସନରେ ବିଜୟୀ ହୋଇଥିଲା । ସେପଟେ ୧୭୫ ସଦସ୍ୟ ବିଧାନସଭାରେ ୧୫୧ ଆସନରେ ବିଜୟୀ ହୋଇ ସରକାର ଗଢିଛି ୱାଇଏସଆରସିପ୍ ।