କନକ ବ୍ୟୁରୋ : ଆନ୍ଧ୍ରର ପୂର୍ବତନ ଶାସକ ଦଳର ନିର୍ମାଣଧୀନ କାର୍ୟ୍ୟାଳୟ ଉପରେ ଚାଲିଲା ବୁଲଡୋଜର । ଆନ୍ଧ୍ରପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଦଳ ୟାଇଏସଆର କଂଗ୍ରସର ଗଂଟୁର ଜିଲ୍ଲାର ତାଡେପୋଲିର ନିର୍ମାଣଧୀନ କାର୍ୟ୍ୟାଳୟରେ ବୁଲଡୋଜର ଚାଲିଛି । ଜଗନମୋହନଙ୍କ ଦଳ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । କୋର୍ଟ ଉଚ୍ଛେଦ ଉପରେ ରୋକ ଲଗାଇବା ସତ୍ବେ କିଭଳି ପ୍ରଶାସନ ଅଫିସକୁ ଭାଙ୍ଗିଲା ବୋଲି ପ୍ରଶ୍ନ କରିଛି ୟାଇଏସଆର କଂଗ୍ରେସ । ଏଥିସହ ଦଳ କହିଛି ଏହା ଏକ ପ୍ରତିଶୋଧମୂକ ରାଜନୀତି । ତେବେ ପ୍ରଶାସନ କହିଛି ୱାଇଏସଆର କଂଗ୍ରେସର କାର୍ୟ୍ୟାଳୟ ଏକ ଜଳ ସିଂଚନ ବିଭାଗ ଜମିରେ ତିଆରି ହୋଇଥିଲା ୩ ହଜାର ୬୫ ବର୍ଗଫୁଟରେ ନିର୍ମିତ ହୋଇଥିଲା କାର୍ୟ୍ୟାଳୟ । ସବୁଠୁ ବଡ କଥା ହେଉଛି ଯେବେ ଜଗନଙ୍କ ହାତରେ ଶାସନ କ୍ଷମତା ଥିଲା ସେତେବେଳେ ସ୍କିଲ ଡେଭଲପମେଂଟ ସ୍କାମ ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ସକାଳ ୬ଟାରେ ଗିରଫ କରିଥିଲା ସିଆଇଡି । ଆଉ ଆଜି ଠିକ ସକାଳ ୬ଟାରେ ମାଟିରେ ମିଶିଛି ଜଗନମୋହନଙ୍କ କାର୍ୟ୍ୟାଳୟ । ଏହା ପୂର୍ବରୁ ହାଇଦ୍ରାବାଦ ମହାନଗର ନିଗମ ଜଗନଙ୍କ ଘରର ପାଚେରୀକୁ ବେନିୟମ ନିର୍ମାଣ କହି ଭାଙ୍ଗିସାରିଛି । ଆନ୍ଧ୍ରରେ ନୂଆ ସରକାର ଗଠନର ପରେ ଆକ୍ସନମୁଡରେ ଚନ୍ଦ୍ରବାବୁଙ୍କୁ ଦେଖିବାକୁ ମିଳିଛି ।