ଏପ୍ରିଲ ୪, କାହା ପାଇଁ କେମିତି ! ନବୀନଙ୍କ ମହା ମିଶ୍ରଣ ବନାମ ଶାହଙ୍କ ୨୦୧୯ ସମୀକରଣ

Advertisment
ଏପ୍ରିଲ ୪, କାହା ପାଇଁ କେମିତି ! ନବୀନଙ୍କ ମହା ମିଶ୍ରଣ ବନାମ ଶାହଙ୍କ ୨୦୧୯ ସମୀକରଣ

କନକ ବ୍ୟୁରୋ : ରାତି ପାହିଲେ ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନୀ ଜିଲ୍ଲାରେ ହେବ ବିଜେଡ଼ିର ବଡ଼ ଧରଣର ମିଶ୍ରଣ ପର୍ବ । ଗଞ୍ଜାମ କଂଗ୍ରେସର ଟାଣୁଆ ନେତା ଚନ୍ଦ୍ର ଶେଖର ସାହୁ ଓ କର୍ମୀ ହାତ ଛାଡି ଶଂଖ ଫୁଙ୍କିବେ । ଏଥିପାଇଁ ଜୋରଦାର ପ୍ରସ୍ତୁତି କରିଛି ବିଜୁ ଜନତା ଦଳ । ଖଲିକୋଟ କ୍ଲଷ୍ଟର ୟୁନିଭର୍ସିଟି ପଡିଆରେ ଆୟୋଜିତ ମିଶ୍ରଣ ପର୍ବରେ ହଜାର ହଜାର କର୍ମୀଙ୍କ ସମାଗମ ହେବ ବୋଲି ଆଶା ରଖିଛି ଦଳ ।

publive-imageଦକ୍ଷିଣ ଓଡ଼ିଶା ରାଜନୀତିରେ ହେବ ବଡ଼ ଧରଣର ପରିବର୍ତନ । ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଗଂଜାମ ଗସ୍ତ ବେଳେ ହିଞ୍ଜିଳି ଓ ବ୍ରହ୍ମପୁର ଖଲିକୋଟ ବିଶ୍ୱ ବିଦ୍ୟାଳୟ ପଡ଼ିଆରେ ହେବ ବିଜେଡିର ଦୁଇଟି ମିଶ୍ରଣ ପର୍ବ । ଏହି ପର୍ବରେ ଦକ୍ଷିଣ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ଏଆଇସିସି ସଦସ୍ୟ ବିକ୍ରମ ପଣ୍ଡା, ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ଏବଂ ବ୍ରହ୍ମପୁର ମହାନଗର ନିଗମର ୧୦ ଜଣ କର୍ପୋରେଟର ବିଜୁ ଜନତା ଦଳରେ ସାମିଲ ହେବେ ।

୪୦ ବର୍ଷ ଧରି କଂଗ୍ରେସରେ କାର୍ଯ୍ୟ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ । ଦଳର ଅନ୍ତଃକନ୍ଦଳକୁ ନେଇ ଗତ ୨୯ ତାରିଖରେ ଦଳରୁ ଇସ୍ତଫା ଦେଇଛନ୍ତି ଗଂଜାମ କଂଗ୍ରେସର ଏହି ଟାଣୁଆ ନେତା । ଜାତୀୟ ସ୍ତରର ନେତା ରାଜ୍ୟକୁ ଧ୍ୟାନ ଦେଉନାହାନ୍ତି, କି ଗଞ୍ଜାମ ଜିଲ୍ଲାର ନେତା ଓ କର୍ମୀଙ୍କୁ ସୁଯୋଗ ଦେଉନାହାନ୍ତି ବୋଲି ସେ ଅଭିଯୋଗ ବାଢିଛନ୍ତି । କଂଗ୍ରେସରେ ଅବହେଳିତ ହେବାରୁ ଚନ୍ଦ୍ର ଶେଖର ଏବଂ ତାଙ୍କ ସମର୍ଥକ ହାତ ଛାଡି ଶଂଖ ଫୁଙ୍କିବା ପାଇଁ ଧରିବା ପାଇଁ ନିଷ୍ପତି ନେଇଛନ୍ତି ।

କଂଗ୍ରେସର ପରୁଣା ନେତାଙ୍କୁ ସ୍ୱାଗତ କରିବା ପାଇଁ ଗଂଜାମରେ ମିଶ୍ରଣ ପର୍ବର ଆୟୋଜନ କରିଛି ବିଜୁ ଜନତା ଦଳ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଠାରେ ହଜାର ହଜାର କର୍ମୀଙ୍କ ସମାଗମ ହେବ ।

amit-vs naveenଅନ୍ୟପଟେ ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା । ବିଜେପିର ୧୨୦ ମିଶନ୍ ନେଇ ପଶ୍ଚିମ ଓଡିଶାରେ ଶକ୍ତି ପ୍ରଦର୍ଶନ କରିବେ ଅମିତ । କଳାହାଣ୍ଡିରେ ଜନସମାବେଶ କରି କେନ୍ଦ୍ର ସରକାରଙ୍କର ସଫଳତାକୁ ବଖାଣିବାର ପ୍ରସ୍ତୁତି କରିଛି ରାଜ୍ୟ ବିଜେପି । ଭବାନୀପାଟଣା ଲାଲବାହାଦୁର ଶାସô୍ୀ ଷ୍ଟାଡିୟମରେ ରାଜ୍ୟ ବିଜେପିର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଛି । ଦିନ ୧୧ଟା ବେଳେ ବିଜେପି ଚାଣକ୍ୟ ଆମିତ ଶାହା ହେଲିକପଟର ଯୋଗେ ଭବାନୀପାଟଣା ପୋଲିସ ରିଜର୍ଭ ପଡିଆଠାରେ ପହଂଚିବେ । ସେଠାରୁ ସେ ଲାଲବାହାଦୁର ଶାସô୍ୀ ଷ୍ଟାଡିୟମ ଯାଏ ଦେଢ କିମି ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଦିନ ସମାବେଶକୁ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପୁର୍ବରୁ ଓଡିଶାରେ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ ବୋଲି ଆକଳନ କରାଯାଉଛି । ଏଣୁ ସମାବେଶକୁ ସଫଳ କରିବା ପାଇଁ ବିଜେପି ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଛି । ଅମିତ ଶାହଙ୍କର ଏହି କାର୍ଯ୍ୟକ୍ରମରେ ୧ ଲକ୍ଷ ଲୋକ ସାମିଲ କରିବା ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ସେପଟେ ବିରୋଧୀ ବିଜେଡି ଓ କଂଗ୍ରେସ ସମାବେଶକୁ ଭଣ୍ଡୁର କରିବାକୁ ନୁଆ ରଣନୀତି ପ୍ରସ୍ତୁତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe