କନକ ବ୍ୟୁରୋ : ମଙ୍ଗଳବାର ଚନ୍ଦ୍ର ଗ୍ରହଣ। ଏଥିପାଇଁ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ସଅଳ ଶେଷ ହୋଇଛି। ସେପଟେ ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ନୀର୍ଘଣ୍ଟ କରିଛି। ଅପରାହ୍ଣ ୪ଟା ୩୧ରୁ ପାକତ୍ୟାଗ ହେଉଥିବାବେଳେ ରାତି ସାଢ଼େ ୪ଟାରେ ଗ୍ରହଣ ସର୍ବମୋକ୍ଷ ହେବ। ଏହି ଦୃଷ୍ଟିରୁ ମଧ୍ୟାହ୍ନ ଧୂପ ପରେ ଦ୍ବିତୀୟ ଭୋଗମଣ୍ଡପ ନୀତି ସଂପନ୍ନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି

ନେଇଥିଲେ ।
Advertisment
ସକାଳ ୬ଟାରେ ଦ୍ବାରଫିଟା, ସାଢ଼େ ୬ଟାରେ ଭିତରଶୋଧ, ୭ଟାରେ ମଙ୍ଗଳଆଳତି, ସାଢ଼େ ୭ଟାରେ ମଇଲମ-ତଡ଼ପଲାଗି, ୭ଟା୫୦ରେ ଅବକାଶ ପୂଜା, ୮ଟା୧୦ରେ ଅଧରପୋଛା, ସାଢ଼େ ୮ଟାରେ ଅବକାଶ ପୂଜା, ୮ଟା ୩୫ରେ ମଇଲମ, ୮ଟା ୪୫ରେ ସୂର୍ଯ୍ୟପୂଜା, ୯ଟାରେ ଦ୍ବାରପାଳ ପୂଜା, ସାଢ଼େ ୯ଟାରେ ବେଶ ଶେଷ ପରେ ପୂର୍ବାହ୍ଣ ୧୦ଟାରେ ଗୋପାଳବଲ୍ଲଭ ପୂଜା ଶେଷ ହେବ। ପୂର୍ବାହ୍ଣ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ସକାଳ ଧୂପ, ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ଗୋଟାଏ ମଇଲମ ଓ ବେଶ, ପୂର୍ବାହ୍ଣ ୧୦ଟା ୪୫ରୁ ସାଢ଼େ ଗୋଟାଏ ପ୍ରଥମ ଭୋଗମଣ୍ଡପ, ଅପରାହ୍ଣ ୨ଟାରୁ ୩ଟା ମଧ୍ୟାହ୍ନ ଧୂପ, ଅପରାହ୍ଣ ୨ଟା୧୫ରୁ ୪ଟା ଦ୍ବିତୀୟ ଭୋଗମଣ୍ଡପ ନୀତି ସଂପନ୍ନ ହେବ। ଅପରାହ୍ଣ ୪ଟାରେ ମଇଲମ ଓ ସାଢ଼େ ୪ଟାରେ ତଡ଼ପଲାଗି ନୀତି ସଂପନ୍ନ ହେବ। ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି ସରି ସମୟକୁ ଦେଖି ଅନ୍ୟାନ୍ୟ ନୀତି ସଂପନ୍ନ ହେବ।