ଖୋଲିବ ଗୁପ୍ତଚରୀ ରହସ୍ୟ, ବାଲେଶ୍ୱରରେ ପହଂଚିଲା ଏନଆଇଏ ଟିମ

Advertisment
ଖୋଲିବ ଗୁପ୍ତଚରୀ ରହସ୍ୟ, ବାଲେଶ୍ୱରରେ ପହଂଚିଲା ଏନଆଇଏ ଟିମ

କନକ ବ୍ୟୁରୋ : ବାଲେଶ୍ୱର ସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଶତ୍ରୁଦେଶକୁ ଗୁପ୍ତ ତଥ୍ୟ ଯୋଗାଇ ଥିବା ଅଭିଯୋଗରେ ପ୍ରଥମେ ୩ ଜଣ ଓ ଆଜି ଜଣେ ଡ୍ରାଇଭରକୁ ଗିରଫ ହେବା ପରେ ଘଟଣାର ଚେର ଆହୁରି ଲମ୍ବା ବୋଲି ଅନୁମାନ କରାଯାଉଛି । ଏହି ଘଟଣା ଦେଶର ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ଏହାକୁ ନେଇ ଅଧିକ ତଦନ୍ତର ଆବଶ୍ୟକତା ଥିବା ଅନୁଭବ କରି ଆଜି ବାଲେଶ୍ୱରରେ ପହଂଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ।

ଏନଆଇଏର ୨ ଜଣିଆ ଟିମ୍ ବାଲେଶ୍ୱରରେ ପହଂଚିବା ପରେ ତଥ୍ୟ ଯୋଗାଡ କରିବାକୁ ବାଲେଶ୍ୱର ଏସପିଙ୍କ କାର୍ଯ୍ୟାଳୟକୁ ଯାଇଛନ୍ତି ଏହି ଟିମ୍ । ଏହି ଟିମ୍ ଏସପିଙ୍କ ଅଫିସରୁ କିଛି ତଥ୍ୟ ଯୋଗାଡ କରିବା ସହ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଅଧିକ ଜେରା କରିପାରେ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe