କନକ ବ୍ୟୁରୋ: ଯାତାୟତ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନେକ ସ୍ଥାନରେ କିନ୍ତୁ ଏହାର ସୁଫଳ ପାଉନାହାନ୍ତି ଲୋକେ । ବଡଚଣା ବ୍ଲକ ଚାରିନଙ୍ଗଳ-ଧାଉଡିଆପଦାକୁ ସଂଯୋଗ କରୁଛି ବିରୂପା ସେତୁ । ଯାଜପୁର ଓ କେନ୍ଦ୍ରପଡା ଜିଲ୍ଳାର ପ୍ରାୟ ୧୦ଟି ପଂଚାୟତର ଲୋକଙ୍କ ହିତ ପାଇଁ ୨୦୧୭ ମସିହାରୁ ଏହି ସେତୁ ତିଆରି ହୋଇଛି ।
ଏଥିପାଇଁ ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୨କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨ ବର୍ଷ ତଳୁ ସେତୁ ନିର୍ମାଣ ସରିଛି, କିନ୍ତୁ ଜମି ଅଧିଗ୍ରହଣରେ ସମସ୍ୟା ଥିବାରୁ ଏଯାଏଁ ସେତୁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ହୋଇନାହିଁ । ତେଣୁ ନିର୍ମାଣ ସରିଥିଲେ ବି ବିରୂପା ସେତୁ ଲୋକଙ୍କ କାମରେ ଆସୁନାହିଁ ।
ପୋଲ ଥାଇ ବି ଚାରିନଙ୍ଗଳ, ବାହାଦୂର ନଗର, ସାଉଡିଆ, କୋଲଣଗିରି, ଅଚ୍ୟୁତ ବସନ୍ତ , ନଳୀପୁର ଭଳି ପଂଚାୟତର ୩୦ ହଜାର ଲୋକ ଯାତାୟତରେ ଘୋର ଅସୁବିଧା ଭୋଗୁଛନ୍ତି । ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁଁ ଠିକାଦାର ନିମ୍ନମାନର କାମ କରି ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି ।
ତେବେ ପ୍ରଶାସନ ସେତୁ ସମସ୍ୟାକୁ ଗୁରୁତର ଭାବେ ନେଇଛି । ତୁରନ୍ତ ଜମି ଅଧିଗ୍ରହଣ କରି ସେତୁ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଯାଜପୁରର ଅତିରିକ୍ତ ଜିଲ୍ଳାପାଳ ଅକ୍ଷୟ ମଲ୍ଳିକ । ଜିଲ୍ଳା ପ୍ରଶାସନ ଚାରିନଙ୍ଗଳ ବିରୂପା ସେତୁ କାର୍ଯ୍ୟକ୍ଷମ ଦିଗରେ ସଠିକ ପଦକ୍ଷେପ ନନେଲେ ଆଗାମୀ ଦିନରେ ଏହି ଅଂଚଳରେ ଏକ ବଡଧରଣର ଆନ୍ଦୋଳନ ସୂତ୍ରପାତ ହୋଇପାରେ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/5-17.jpg)