ପଞ୍ଜାବରେ ରାମ ରହିମଙ୍କ ଅନଲାଇନ ସତସଙ୍ଗକୁ ବିରୋଧ। କଂଗ୍ରେସ କର୍ଫ୍ୟୁ ଲଗାଇବାକୁ ଦେଲା ପରାମର୍ଶ

ପଞ୍ଜାବରେ ରାମ ରହିମଙ୍କ ଅନଲାଇନ ସତସଙ୍ଗକୁ ବିରୋଧ। କଂଗ୍ରେସ କର୍ଫ୍ୟୁ ଲଗାଇବାକୁ ଦେଲା ପରାମର୍ଶ

କନକ ବ୍ୟୁରୋ: ଡେରା ସଚ୍ଚାସୌଦା ମୁଖ୍ୟ ରାମ ରହିମଙ୍କ ପାରୋଲ ବିରୋଧରେ ହାଇକୋର୍ଟ ଯିବା ପାଇଁ ପ୍ରସ୍ତୁତ ହେଉଛି ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି । ସେପଟେ ବାବା ରାମ ରହିମ ୟୁପିର ଏକ ଆଶ୍ରମରେ ବସି ପଞ୍ଜାବର ସତସଙ୍ଗ କରିବା ପାଇଁ ପ୍ରସ୍ତୁତି କରିଛନ୍ତି ।

ସୂଚନା ଅନୁସାରେ ଡେରା ପ୍ରମୁଖ ଭଟିଣ୍ଡାର ଡେରା ସଲାବତପୁରାରେ ନିଜର ଅନୁଗାମୀଙ୍କୁ ୟୁପିର ବରନାବା ଆଶ୍ରମରୁ ଅନଲାଇନ ମାଧ୍ୟମରେ ପ୍ରବଚନ ଦେବେ । ଜାନୁଆରୀ ୨୯ ତାରିଖରେ ଏହି ସତସଙ୍ଗ ପାଇଁ ଅନୁମତି ଦିଆଯାଇଛି । ଏହା ଜଣାପଡିବା ପରେ ପଞ୍ଜାବ ରାଜନୀତି ସରଗରମ ହୋଇଛି ।

ରାମ ରହିମ ବର୍ତ୍ତମାନ ୪୦ ଦିନିଆ ପାରୋଲରେ ବାହାରକୁ ଆସିଛନ୍ତି । ଏ ବାବଦରେ ଜଣାପଡିବା ପରେ କଂଗ୍ରେସ ଏହାର କଡା ବିରୋଧ କରିଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ରନ୍ଧାୱା କହିଛନ୍ତି, ରାଜ୍ୟ ସରକାର କର୍ଫ୍ୟୁ ଲଗାଇ ଅନଲାଇନ ସମାଗମକୁ ରୋକିବା ଉଚିତ । ରହିମ ପଞ୍ଜାବରେ ମାହୋଲ ବିଗାଡିବାକୁ ଉଦ୍ୟମ କରୁଛନ୍ତି । ସରକାର ଏହି କଥାକୁ ବୁଝିବା ଦରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe