କନକ ବ୍ୟୁରୋ: ଗୁଜରାଟ ନିର୍ବାଚନ ପୂର୍ବରୁ ପଞ୍ଜାବର ମାନ ସରକାର ରାଜ୍ୟରେ ବଡ ପଦକ୍ଷେପ ନେବାକୁ ଯାଉଛି । ରାଜ୍ୟରେ ଓଲ୍ଡ ପେନସନ ସ୍କିମ ବା ପୁରୁଣା ପେନସନ ଯୋଜନା ଆରମ୍ଭ କରିବାକୁ ଯାଉଛି । ଏନେଇ ଏକ ଅଧିସୂଚନା ଜାରି ହେବା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଶୁକ୍ରବାର ସକାଳ ହେବାକୁ ଥିବା କ୍ୟାବିନେଟ ବୈଠକରେ ଏହାକୁ ମଞ୍ଜୁରୀ ମିଳିପାରେ । ଏହା ପରେ ସାରା ରାଜ୍ୟରେ ଏହା ଲାଗୁ ହେବ ।
ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସେପ୍ଟେମ୍ବର ୧୯ ତାରିଖରେ ଟ୍ୱିଟ କରିଥିଲେ ଯେ, ମୋ ସରକାର ପୁରୁଣା ପେନସନ ପ୍ରଣାଳୀକୁ ପୁଣି ଥରେ ଲାଗୁ କରିବା ନେଇ ବିଚାର କରୁଛି । ମୁଁ ମୁଖ୍ୟ ଶାସନ ସଚିବଙ୍କୁ ଏହା ଉପରେ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଆମେ ଆମ କର୍ମଚାରୀଙ୍କ କଲ୍ୟାଣ ପ୍ରତି ପ୍ରତିଶ୍ରୁତିବଦ୍ଧ । ଏହା ପରେ ପରେ ମାନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ଜଂଜୁଆଙ୍କୁ ଯୋଜନାର ବିତ୍ତୀୟ ପ୍ରଭାବ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଅନୁସାରେ ଏଥିପାଇଁ ଆଇନଗତ ପଦକ୍ଷେପ କଣ ରହିଛି ସେନେଇ ମଧ୍ୟ ଆଲୋଚନା କରୁଛନ୍ତି । ଏହା କରିବା ଦ୍ୱାରା ସରକାର ପିଏଫଆରଡିଏରୁ ନିଜର ଟଙ୍କାକୁ ଫେରିପାଇବ । କର୍ମଚାରୀ ନିଜ ବେତନର ୧୦ ପ୍ରତିଶତ ଅଂଶଧନ ପେନସନ କୋଷରେ ଦେଇଥାନ୍ତି । ସରକାର ୧୪ ପ୍ରତିଶତ ଟଙ୍କା ଏହି ଯୋଜନା ପାଇଁ ଦେଇଥାନ୍ତି । ଏହାକୁ ପିଏଫଆରଡିଏ ପାଖରେ ଜମା ରଖାଯାଇଥାଏ । ପାଖାପାଖି ଏହି ଜମାରାଶି ୧୮ ହଜାର କୋଟି ଟଙ୍କା ପିଏଫଆରଡିଏରୁ ହାସଲ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/180148-denyxhyxxh-1663595831.jpeg)