ଲୋକସଭା ନିର୍ବାଚନର ଅନ୍ତିମ ଚରଣରେ ସବୁ ରାଜନୈତିକ ଦଳ ପ୍ରଚାର କରିବାରେ ଲାଗିପଡିଛନ୍ତି । ପ୍ରଚାର ସମୟରେ ନେତା ଭିନ୍ନ ଭିନ୍ନ ଅନ୍ଦାଜରେ ମଧ୍ୟ ନଜର ଆସିଛନ୍ତି । କିଏ କାର୍ ତ କିଏ ବସ୍ ,ଶଗଡ଼ରେ ମଧ୍ୟ ବସି ପ୍ରଚାର କରୁଛନ୍ତି । ଏଥିମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଞ୍ଜାବର ଲୁଧିୟାନାରେ ଭିନ୍ନ ରଙ୍ଗରେ ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧୀ ଏଠାରେ ଟ୍ରାକ୍ଟର ଚଲାଉଥିବା ନଜର ଆସିଥିଲେ । ଟ୍ରାକ୍ଟରରେ ତାଙ୍କ ସହ କ୍ୟାପଟେନ୍ ଅମରିନ୍ଦର ସିଂହ ମଧ୍ୟ ବସିଥିବାର ଦେଖିବାକୁ ମିଳିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓଟି କଂଗ୍ରେସ ପାର୍ଟିର ଟ୍ୱିଟର ଆକାଉଣ୍ଟରେ ସେୟାର୍ କରାଯାଇଥିଲା । ଯେଉଁଥିରେ ଲେଖାହୋଇଥିଲା ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ପଞ୍ଜାବ ଲୁଧିୟାନାରେ ଟ୍ରାକ୍ଟରର ସବାରୀ କରୁଛନ୍ତି ।
कांग्रेस अध्यक्ष @RahulGandhi और पंजाब के मुख्यमंत्री @capt_amarinder ने पंजाब के लुधियाना में ट्रैक्टर की सवारी की।#AbHogaNyaypic.twitter.com/i8E2MMPkoW
— Congress (@INCIndia) May 15, 2019
ଏହି ଭିଡିଓରେ ରାହୁଲ ଗାନ୍ଧୀ ଡ୍ରାଇଭର୍ ସିଟ୍ ରେ ବସି ଥିବା ବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସମେତ କଂଗ୍ରେସର ଅନ୍ୟ ନେତା ମଧ୍ୟ ଟ୍ରାକ୍ଟରରେ ବସିଥିବାର ନଜର ଆସିଛନ୍ତି ଏବଂ ଆଖପାଖର କିଛି ଲୋକ ଟ୍ରାକ୍ଟର ପଛରେ ଦୌଡୁଛନ୍ତି ।
ଆପଣଙ୍କୁ କହିରଖୁଛୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଞ୍ଜାବ ବରଗାରୀ ଜିଲ୍ଲାରେ ଏକ ଜନସଭାକୁ ସମ୍ବୋଧିତ କରିବାକୁ ପହଂଚିଥିଲେ । ଏହି ସମୟରେ ସେ ବିଜେପି ଉପରେ ବର୍ଷିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/rahul-gandhi1-2.png)