ରାମଦେବଙ୍କ ରେଷ୍ଟୁରାଂଟ୍ ! ପ୍ରସାଧାନ ସାମଗ୍ରୀ ପରେ ପତଞ୍ଜଳୀର ନୂଆ ବ୍ୟବସାୟ

38

ବ୍ୟବସାୟ ଜଗତରେ ଆଉ ଗୋଟେ ପାଦ ଆଗକୁ ବଢାଇଛନ୍ତି ଯୋଗଗୁରୁ ରାମଦେବ । ପତଞ୍ଜଳୀ ପ୍ରସାଧାନ ସାମଗ୍ରୀ ପରେ ଏବେ ରେଷ୍ଟୁରାଂଟ୍ ଖୋଲିଛନ୍ତି ବାବା ରାମଦେବ । ଚଣ୍ଡିଗଡରେ ‘ପୌଷ୍ଟିକ’ ନାମରେ ପତଞ୍ଜଳୀ ତରଫରୁ ପ୍ରଥମ ଥର ପାଇଁ ଏକ ରେଷ୍ଟୁରାଂଟ୍ ଖୋଲାଯାଇଛି । ଏହା ସଂପୂର୍ଣ୍ଣ ଭାବରେ ଏକ ଶାକାହାରୀ ରେଷ୍ଟୁରାଂଟ୍ ଯାହାକୁ ଆଧୂନିକତାର ରୂପ ଦିଆଯାଇଛି ।

ଏହି ରେଷ୍ଟୁରାଂଟଟି ଏକ ବଡ ହୋଟେଲ୍ ମଧ୍ୟରେ ଖୋଲାଯାଇଛି । ତେବେ ଏହା ଅନେକ ଦିନ ଧରି ଚାଲୁଥିଲେ ମଧ୍ୟ ବିଧିବଦ୍ଧ ଭାବରେ ଉଦଘାଟନ ହୋଇନାହିଁ । କାରଣ ରାମଦେବ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ସମୟ ପାଇଁ ଅପେକ୍ଷା କରିଛନ୍ତି । ସୂଚନା ଅନୁସାରେ, ମେନ୍ୟୁ କାର୍ଡଠାରୁ ଆରମ୍ଭ କରି ରେଷ୍ଟୁରାଂଟର ଡିଜାଇନ୍ ଯାଏଁ ସବୁକିଛି ରାମଦେବଙ୍କ ନିର୍ଦେଶ ଅନୁସାରେ ହୋଇଛି । ରେଷ୍ଟୁରାଂଟ୍ ଭିତର ଡିଜାଇନ୍ ସଂପୂର୍ଣ୍ଣ ଭାବରେ କାଠରେ ତିଆରି ହୋଇଛି ଯାହା ଆପଣଙ୍କୁ ଘରର ଅନୁଭୂତି ଦେବ ।

ପୌଷ୍ଟିକ୍ ରେଷ୍ଟୁରାଂଟର ଥିମ୍ ସଂପୂର୍ଣ୍ଣ ଭାବରେ ଘରୋଇ ଷ୍ଟାଇଲରେ କରାଯାଇଛି । ମେନ୍ୟୁକାର୍ଡରେ ଆଚାର୍ଯ୍ୟ ବାଳକୃଷ୍ଣ ଏବଂ ବାବା ରାମଦେବଙ୍କ ଫଟୋ ସ୍ଥାନ ପାଇଛି । ଏହା ଲୋକମାନଙ୍କୁ ସ୍ୱସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ମଧ୍ୟ ଦିଆଯାଇଛି ।