Advertisment

କନକ ବ୍ୟୁରୋ: ଗାଡିର ନମ୍ବର ପ୍ଲେଟରେ ବିଳାସପୂର୍ଣ୍ଣ ନମ୍ବର ରଖିବାକୁ ଅନେକଙ୍କ ପସନ୍ଦ । ଏନେଇ ଅନେକ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ । ଆବଶ୍ୟକ ପଡିଲେ ଲୋକମାନେ ହସି ହସି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ଏମିତି ଏକ କାହାଣୀ ନଜର ଆସିଛି ଚଣ୍ଡିଗଡର ବ୍ରିଜ୍ ମୋହନଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।
ନିକଟରେ ଶୁଣିବାକୁ ମିଳିଥିଲା ଜଣେ ଲୋକ ସ୍କୁଟର କିଣିବାକୁ ଖର୍ଚ୍ଚ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କ । ପ୍ରକୃତରେ ଯାହାର ଦାମ ମାତ୍ର ୭୧ ହଜାର ଟଙ୍କା । କେବଳ ସେତିକି ନୁହେଁ ସ୍କୁଟର ଟିଏ ପାଇଁ ଖର୍ଚ୍ଚ କରିଛନ୍ତି ୨୬ ଲକ୍ଷ ଟଙ୍କା । ଲତା ଟଙ୍କାରେ ଗୋଟିଏ ସୋ’ ରୁମ ହୋଇଯାଇଥାନ୍ତା ବୋଲି ଚର୍ଚ୍ଚା ହେଉଛି । ସୂଚନା ଥାଉକି, ଚଣ୍ଡୀଗଡର ସେକ୍ଟର ୨୩ରେ ରହୁଥିବା ବ୍ରିଜ ମୋହନ ୭୧ ହଜାର ମୂଲ୍ୟର ଏକ ହୋଣ୍ଡା ଆକ୍ଟିଭା ସ୍କୁଟର କିଣିଛନ୍ତି ।

ତେବେ ତାଙ୍କର ଇଚ୍ଛା ଥିଲା ତାଙ୍କୁ ମିଳୁ ଗୋଟିଏ ବିଳାସପୂର୍ଣ୍ଣ ନମ୍ବର । ସେ ସ୍କୁଟର ପାଇଁ ସିଏଚ୦୧-ସି-ଜେ-୦୦୦୧ ନମ୍ବର ବାଛିଥିଲେ । ତାଙ୍କୁ ଏହି ସଂଖ୍ୟା ପାଇଁ ୧୫.୪୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ଅର୍ଥାତ୍ ଏହି ବିଳାସପୂର୍ଣ୍ଣ ସଂଖ୍ୟା ପରେ ସ୍କୁଟରର ମୋଟ ମୂଲ୍ୟ ୧୬.୧୫ ଲକ୍ଷ ହୋଇଗଲା । ବ୍ରିଜ୍ ଜଣେ ଆଡ୍ ପ୍ରଫେସନାଲ । ଭବିଷ୍ୟତରେ ଏହି ନମ୍ବର ପ୍ଲେଟ୍ ତାଙ୍କ କାର ପାଇଁ ମଧ୍ୟ ବ୍ୟବହୃତ ହେବ ବୋଲି ସେ କହିଛନ୍ତି ।