କନକ ବ୍ୟୁରୋ: ହିମାଚଳ, ହରିୟାଣା ସମେତ ସାରା ଉତ୍ତର ଭାରତରେ ଗତ ମାସ ୮ରୁ ୧୧ ଜୁଲାଇ ଯାଏ ପ୍ରବଳ ବର୍ଷା ପରେ ଦିଲ୍ଲୀର ଅନେକ ଅଞ୍ଚଳରେ ବନ୍ୟା ହୋଇଥିଲା । ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପହଞ୍ଚିଥିଲା । ସ୍ଥିତି ଏଭଳି ହୋଇଯାଇଥିଲା ଯେ ସୁପ୍ରିମକୋର୍ଟ ଯାଏ ପାଣି ଆସିଯାଇଥିଲା । ଦିଲ୍ଲୀର ବନ୍ୟାକୁ ନେଇ ସିଏମ ଅରବିନ୍ଦ କେଜ୍ରିୱାଲ ହରିୟାଣାକୁ ଦାୟୀ କରିଥିଲେ । ବର୍ତ୍ତମାନ ଯମୁନା ନଦୀରେ ବନ୍ୟା ନିୟନ୍ତ୍ରଣରେ ବିଫଳ ହୋଇଥିବା କାରଣରୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ଦିଲ୍ଲୀରେ ବନ୍ୟା ବେଳେ ଆଇଟିଓ-ଯମୁନା ବ୍ୟାରେଜରେ ୪ ଗେଟ ନଖୋଲାଯିବାକୁ ନେଇ ମନୋହର ଲାଲ ସରକାର ଆକ୍ସନ ନେଇଛି । ମୁଖ୍ୟଯନ୍ତ୍ରୀ ସନ୍ଦୀପ ତନେଜାଙ୍କୁ ନିଲମ୍ବନ କରାଯାଇଛି । ଏହାଛଡା ଏସଇ ତରୁଣ ଅଗ୍ରୱାଲ ଏବଂ ଏକ୍ସଇଏନ ମନୋଜ କୁମାରଙ୍କୁ ଚାର୍ଜ ସିଟ୍ ପ୍ରସ୍ତୁତ କରିବାକୁ ଆଦେଶ ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/Collage-Maker-09-Aug-2023-03-59-PM-7332.jpg)