କନକ ବ୍ୟୁରୋ : ହରିଆଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି ରାଜ୍ୟର କୃଷକମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ପ୍ରଥମ ଘୋଷଣାରେ ସେ ରାଜ୍ୟର ଚାଷୀମାନଙ୍କ ଉପରେ ଥିବା ୧୩୩ କୋଟି ଟଙ୍କାର ବକେୟା ଋଣ ଛାଡ କରିଛନ୍ତି । ଏହାସହ ୧୦ ଟି ନୂଆ ଫସଲକୁ ଏମଏସପି ପରିସରଭୁକ୍ତ କରିଛନ୍ତି । ଏହାକୁ ମିଶାଇ ହରିଆଣା ସରକାର ମୋଟ ୨୪ ଟି ଫସଲକୁ ଏମଏସପି ପରିସରଭୁକ୍ତ କରିଛନ୍ତି । କହିରଖୁ କି କେନ୍ଦ୍ର ସରକାର ମଧ୍ୟ ୨୪ ଟି ଫସଲକୁ ଏମଏସପି ମୁତାବକ କିଣୁଛନ୍ତି ।

Advertisment

ଋବିବାର ଠାରୁ କୁରୁକ୍ଷେତ୍ରରୁ ବିଜେପି ତାର ଶଂଖନାଦ ରାଲି ଆରମ୍ଭ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ ଏସବୁ ଘୋଷଣା କରିଛନ୍ତି । ଋଣଛାଡ, ଏମଏସପି ସହ କୃଷକଙ୍କୁ ନୂଆ ବୋରୱେଲ ଯୋଗାଇ ଦିଆଯିବ । ଯଦି ଚାଷୀମାନେ ବ୍ୟବହାର କରୁଥିବା ଇଲେକ୍ଟ୍ରିକ୍ ଟ୍ରାନ୍ସଫରର୍ମର ଖରାପ ହୁଏ ତେବେ ସରକାରୀ ଟଙ୍କାରେ ଏହାର ମରାମତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।