କନକ ବ୍ୟୁରୋ : ରେଓ୍ଵାରି ଗଣ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସ୍ପେସାଲ୍ ଇନଭେଷ୍ଟିଗେସନ ଟିମ୍ (ଟିମ୍) ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ହାଜତକୁ ନେଇଛି। ମେଓ୍ଵାତ୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ନାଜନୀନ ଭାସିନ ଏହି ଟିମର ନେତୃତ୍ୱ ନେଇଛନ୍ତି। ଶନିବାର ଦିନ ମୁଖ୍ୟ ଅଭିଯୁକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଚିହ୍ନଟ ହେବା ପରେ ହରିୟାନା ପୁଲିସ ତିନି ଜଣଙ୍କର ଫଟୋ ରିଲିଜ୍ କରିଛି। ସେମାନେ ହେଲେ ମନୀଷ, ନିଷ୍ଣୁ ଏବଂ ପଙ୍କଜ। ପଙ୍କଜ ପ୍ରତିରକ୍ଷା ବିଭାଗରେ କାର୍ଯ୍ୟକରି ରାଜସ୍ଥାନରେ ଅବସ୍ଥାପିତ।
ଦୋଷୀଙ୍କୁ ଧରାଇ ଦେବାରେ ଏହି ମାମଲାରେ ପୁଲିସକୁ ସହାୟତା କରିବା ଲୋକକୁ ଏକ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା। ୨୦ ରୁ ୨୫ ବର୍ଷ ବୟସ ମଧ୍ୟର ଦୋଷୀମାନେ ପୀଡ଼ିତାଙ୍କ ଗାଁ‘ର ବୋଲି କାନିନ୍ ଥାନା ଇନିସପେକ୍ଟର ଅନିରୁଦ୍ଧ କହିଛନ୍ତି। ସେମାନେ ପୀଡ଼ିତାଙ୍କୁ ଏକ କାର୍ ଯୋଗେ ଅପହରଣ କରି ନେବା ପରେ ନିଶା ଦେଇ ଗଣ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପୀଡ଼ିତା ଏବେ ରେଓ୍ଵାରି ଡାକ୍ତରଖାନାରେ ଚିକିତ୍ସାଧୀନା ଅଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/IndiaTv75eea3_rohtak-rape-case-update.jpg)