ନୀତା ଅମ୍ବାନିଙ୍କ ଗୁରୁ କଲେ ବଡ ଖୁଲାସା । ମୁମ୍ବାଇକୁ ଚାମ୍ପିୟନ କରିବାକୁ ଏହି ପୂଜାପାଠ କରୁଥିଲେ ମାଲିକାଣୀ ନୀତା ।

589

ସରିଛି ଆଇପିଏଲ, ଚତୁର୍ଥ ଥର ପାଇଁ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଆଉ ମୁମ୍ବାଇର ବିଜୟକୁ ନେଇ ଏବେ ବଡ ଖୁଲାସା ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣି ନୀତା ଅମ୍ବାନିଙ୍କ ଆଧ୍ୟାତ୍ମିକ ଗୁରୁ ପଣ୍ଡିତ ଚନ୍ଦ୍ର ଶେଖର ଶର୍ମା ଏହି ଖୁଲାସା କରିଛନ୍ତି । ଫାଇନାଲ ମ୍ୟାଚରେ ଦଳକୁ ବିଜୟୀ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ବାରମ୍ବାର ଠାକୁରଙ୍କୁ ପ୍ରାର୍ଥନା କରିବା ସହ ମନ୍ତ୍ର ଜପ କରୁଥିବାର ଦେଖିବାକୂୁ ମିଳିଥିଲା । ଆଉ ଏବେ ନୀତାଙ୍କ ଆଧ୍ୟାତ୍ମିକ ଗୁରୁ କହିଛନ୍ତି, ମୁମ୍ବାଇର ବିଜୟ ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ର ଜପ କରାଯାଉଥିଲା ।

ଫାଇନାଲ ମ୍ୟାଚରେ ଶେଷ ପର୍ଯ୍ୟନ୍ତ ସସପେନ୍ସ ଲାଗିରହିଥିଲା । ଶେଷ ବଲ ପର୍ଯ୍ୟନ୍ତ କିଏ ଚତୁର୍ଥ ଥର ପାଇଁ ଆଇପିଏଲ ବିଜୟ ମୁକୁଟ ପିନ୍ଧିବ ତାହା ସସପେନ୍ସରେ ରହିଥିଲା । ଏପରିକି ପ୍ରତିଟି ବଲରେ ମ୍ୟାଚର ମୋଡ ବଦଳୁଥିଲା । ଆଉ ଏଭଳି ସମୟରେ ପ୍ୟାଭିଲିୟନରେ ବସି ନିଜ ଟିମ ମୁମ୍ବାଇର ବିଜୟ ପାଇଁ ପ୍ରାର୍ଥନା କରିଚାଲିଥିଲେ ମାଲିକାଣି ନୀତା । ଆଉ ଶେଷ ବଲ ପଡିବା ସହ ଚତୁର୍ଥ ଥର ପାଇଁ ଟ୍ରଫି ହାତେଇଥିଲା ମୁମ୍ବାଇ । ବୋଧହୁଏ କାମ ଦେଇଥିଲା ନୀତାଙ୍କ ପୂଜାପାଠ । କିନ୍ତୁ ନୀତା କେଉଁ ମନ୍ତ୍ର ଜପ କରୁଥିଲେ ତାହା ଜାଣିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ଏପରିକି ନୀତାଙ୍କ ମନ୍ତ୍ରପାଠକୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଥିବା ବେଳେ ତାଙ୍କର ଆଧ୍ୟାତ୍ମିକ ଗୁରୁ ଏକ ଇଣ୍ଟରଭ୍ୟୁରେ ଏହା ଉପରୁ ପରଦା ଉଠାଇଥିଲେ । ପ୍ରତି ମ୍ୟାଚ୍ ପୂର୍ବରୁ ନୀତା ଅମ୍ବାନି ଚଣ୍ଡି ପାଠ କରୁଥିବା କହିଛନ୍ତି ଚନ୍ଦ୍ରଶେଖର । ପ୍ରତି ମ୍ୟାଚ୍ ପୂର୍ବରୁ ଓ ପରେ ମା’ ଚଣ୍ଡିଙ୍କ ପାଠ କରୁଥିବା ବେଳେ ମ୍ୟାଚରେ ମନ୍ତ୍ର ଜପ କରିଥାନ୍ତି ନୀତା । ତେବେ ଫାଇନାଲ ମ୍ୟାଚରେ ନୀତା ଦୁର୍ଗାଙ୍କ ପାଠ ଜପ କରୁଥିଲେ । ଯାହା ଯେକୌଣସି ଲୋକର ଭାଗ୍ୟ ବଦଳାଇବାକୁ ଜପ କରାଯାଇଥାଏ ।

ଫାଇନାଲ ମ୍ୟାଚରେ ନୀତା ଅମ୍ବାନି କେଉଁ ମନ୍ତ୍ର ଜପ କରିଥିଲେ ତାହା ଉପରୁ କିନ୍ତୁ ପରଦା ଉଠାଇନଥିଲେ ଚନ୍ଦ୍ରଶେଖର । ଏହି ମନ୍ତ୍ର ଉପରେ ନୀତାଙ୍କର ବିଶ୍ୱାସ ରହିଛି । ତେଣୁ ଏହି ମନ୍ତ୍ରକୁ ରହସ୍ୟରେ ରଖିଥିଲେ ଚନ୍ଦ୍ରଶେଖର । ଫାଇନାଲ ମ୍ୟାଚରେ ନୀତା ମାଲିଙ୍ଗାଙ୍କ ଓଭରରେ ମନ୍ତ୍ର ପଡୁଥିବାର ଦେଖିବାକୁ ମିଳିଥିଲା । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହେବା ପରେ ଇଶ୍ୱର ବିଶ୍ୱାସୀ ନୀତା ଆଇପିଏଲ ଟ୍ରଫିକୁ ଧରି ମନ୍ଦିର ଯାଉଥିବାର ଭିଡିଓ ନିଜର ଅଫିସିଆଲ ଟ୍ୱିଟର ପେଜରେ ସେୟାର କରିଛି ଦଳ ।