ଚଳିତ ଥର ବଡଦାଣ୍ଡରେ ହୋଇନାହିଁ ଛାମୁଣ୍ଡିଆ ! ଡହଡହ ଖରାରେ ଚାପ ଖେଳିବାକୁ ଯାଉଛନ୍ତି ମହାପ୍ରଭୁ

Advertisment
ଚଳିତ ଥର ବଡଦାଣ୍ଡରେ ହୋଇନାହିଁ ଛାମୁଣ୍ଡିଆ ! ଡହଡହ ଖରାରେ ଚାପ ଖେଳିବାକୁ ଯାଉଛନ୍ତି ମହାପ୍ରଭୁ

କନକ ବ୍ୟୁରୋ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ଓ ଚାପ ଖେଳ ଶେଷ ହେବାକୁ ଯାଉଛି। ଦୈନିକ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚ ମହାଦେବଙ୍କ ସହ ଦିନ ଓ ରାତି ଚାପ ଖେଳ ସାରି ଶ୍ରୀମନ୍ଦିରକୁ ଫେରୁଛନ୍ତି। ବାହାର ଚାପ ଶେଷ ପରେ ପୁନର୍ବାର ଶ୍ରୀମନ୍ଦିରରେ ଭିତର ଚାପ ଖେଳ ହେବ। ତଥାପି ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଯେଉଁ କଲବଲରେ ଚାପ ଖେଳିବାକୁ ନେଉଛି ତାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଡହଡହ ଖରାରେ ମହାପ୍ରଭୁଙ୍କୁ ଚାପ ଖେଳିବା ପାଇଁ ନେବା କେତେ ଦୂର ଠିକ୍ ବୋଲି ଭକ୍ତମାନେ ପ୍ରଶ୍ନ କରିଛନ୍ତି।

publive-imageଚନ୍ଦନଯାତ୍ରା ସମୟରେ ମହାପ୍ରଭୁଙ୍କ ପାଇଁ ବଡ଼ଦାଣ୍ଡରେ ଏକାଧିକ ସ୍ଥାନରେ ପ୍ରତିବର୍ଷ ଛାମୁଣ୍ଡିଆ କରାଯାଇଥାଏ। ମହାପ୍ରଭୁ ଚାପ ଖେଳି ଯିବା ସମୟରେ ଛାମୁଣ୍ଡିଆ ଛାଇରେ କିଛି ସମୟ ରହି ପୁନର୍ବାର ଚନ୍ଦନଯାତ୍ରା କରନ୍ତି। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ବଡ଼ଦାଣ୍ଡରେ ପ୍ରତିବର୍ଷ ଭଳି ଏଥର ଛାମୁଣ୍ଡିଆ ବ୍ୟବସ୍ଥା କରାଯାଇନି। କେବଳ ମାର୍କେଟ୍ ଛକକୁ ଛାଡ଼ିଦେଲେ ଅନ୍ୟ ସ୍ଥାନ ଖାଲି ପଡ଼ିଛି।

publive-imageମହାପ୍ରଭୁ ପ୍ରତିବର୍ଷ ଶ୍ରୀମନ୍ଦିରରୁ ଚନ୍ଦନ ପୋଖରୀ ପର୍ଯ୍ୟନ୍ତ ଯିବା ସମୟରେ ବାଗଡ଼ିଆ ଧର୍ମଶାଳା, ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ, ମାର୍କେଟ୍ ଛକ, ବଲ୍ଲଭ, ଜନତା ସିନେମା ହଲ୍ ସମ୍ମୁଖ, ଅନ୍ନପୂର୍ଣ୍ଣ ଥିଏଟର ସମ୍ମୁଖ, ମରିଚିକୋଟ ଛକ, ରଥଖଳା ନିକଟରେ ସବୁ ଛାମୁଣ୍ଡିଆ କରାଯାଇଥାଏ। କିନ୍ତୁ ମାର୍କେଟ୍ ଛକକୁ ଛାଡ଼ିଦେଲେ ଅନ୍ୟ କେଉଁଠି ବି ଛାମୁଣ୍ଡିଆ ବ୍ୟବସ୍ଥା କରାଯାଇନି। ସବୁଠୁ ବଡ଼ କଥା ହେଲା, ଶ୍ରୀମନ୍ଦିର ସିଂହଦ୍ବାର ଓ ରଥଖଳା ନିକଟରେ ବି ଛାମୁଣ୍ଡିଆ ବ୍ୟବସ୍ଥା କରାଯାଇନି। ଯେଉଁଥିପାଇଁ ମହାପ୍ରଭୁ ଓ ବିମାନବଡ଼ୁ ସେବକମାନେ କଲବଲ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe