କୋଭିଡ କଟକଣାରେ ବିନା ଭକ୍ତରେ ପାଳିତ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା । ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ ଲାଗିବ ୧୪୪ ଧାରା ।

78

କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ବିନା ଭକ୍ତରେ ପାଳିତ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ସେହିପରି ଶ୍ରୀମନ୍ଦିରରେ ଅକ୍ଷୟାତୃତୀୟ ନୀତି ପାଳିତ ହେବ ନାହିଁ । ତେବେ ବଡ ଦେଉଳରେ ନୀତିକାନ୍ତି ପାଇଁ କେବଳ ୫୦ ପାଳିଆ ସେବାୟତଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ସୂଚନା ମିଳିଛି । ଆଜି ଛତିଶାନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ଚନ୍ଦନ ଯାତ୍ରା ଦିନ ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ ୧୪୪ ଧାରା ଜାରି ରହିବ । ଚନ୍ଦନ ଯାତ୍ରାର ସିଧାପ୍ରସାରଣ ନେଇ ଗଣମାଧ୍ୟମ ଉପରେ କଟକଣା ଜାରି କରାଯାଇଛି । ଚନ୍ଦନ ଚକଡା ନିକଟକୁ ଯିବା ଉପରେ ମଧ୍ୟ ରୋକ ଲଗାଯାଇଛି । ତେବେ ଜଳକ୍ରିଡାର ସିଧା ପ୍ରସାରଣ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଫିଡ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

Comments are closed.