କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ବିନା ଭକ୍ତରେ ପାଳିତ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ସେହିପରି ଶ୍ରୀମନ୍ଦିରରେ ଅକ୍ଷୟାତୃତୀୟ ନୀତି ପାଳିତ ହେବ ନାହିଁ । ତେବେ ବଡ ଦେଉଳରେ ନୀତିକାନ୍ତି ପାଇଁ କେବଳ ୫୦ ପାଳିଆ ସେବାୟତଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ସୂଚନା ମିଳିଛି । ଆଜି ଛତିଶାନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ଚନ୍ଦନ ଯାତ୍ରା ଦିନ ନରେନ୍ଦ୍ର ପୁଷ୍କରିଣୀ ଚାରିପଟେ ୧୪୪ ଧାରା ଜାରି ରହିବ । ଚନ୍ଦନ ଯାତ୍ରାର ସିଧାପ୍ରସାରଣ ନେଇ ଗଣମାଧ୍ୟମ ଉପରେ କଟକଣା ଜାରି କରାଯାଇଛି । ଚନ୍ଦନ ଚକଡା ନିକଟକୁ ଯିବା ଉପରେ ମଧ୍ୟ ରୋକ ଲଗାଯାଇଛି । ତେବେ ଜଳକ୍ରିଡାର ସିଧା ପ୍ରସାରଣ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଫିଡ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/chandan-yatra.jpg)