ଚନ୍ଦକା ନିକଟବର୍ତ୍ତୀ ବାଆଂରା ଅଞ୍ଚଳରେ ହାତୀ ଉପଦ୍ରବ : ବାଆଂରା ପଞ୍ଚାୟତ କୂଅମଡା ଗାଁରେ ଫସଲ ନଷ୍ଟ କରିଥିବା ଅଭିଯୋଗ

91

କନକ ବ୍ୟୁରୋ : ଦୁଇଦିନ ଧରି ଚନ୍ଦକା ନିକଟବର୍ତ୍ତୀ ବାଆଂରା ଅଂଚଳରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ବାଆଂରା ପଂଚାୟତର କୂଅମଡା ଗାଁର ଚାଷୀମାନେ ଡାଳୁଅ ଧାନ ଚାଷ କରିଥିବା ବେଳେ ହାତୀ ଧାନ ଫସଲକୁ ନଷ୍ଟ କରିଦେଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ । ଏହି ସମୟରେ ଧାନ ଗଛର କେଣ୍ଡା ବାହାରୁଥିବାରୁ ହାତୀପଲ ଏହାକୁ ଖାଇବା ପାଇଁ ଧାନ କିଆରୀ ଭିତରକୁ ପଶିଥାନ୍ତି ।

ଯେତିକି ଧାନ ଖାଇଥାନ୍ତି ତାଠାରୁ ଅଧିକ ପାଦରେ ଦଳିଚକଟି ନଷ୍ଟ କରିଦେଉଥିବା କହିଛନ୍ତି ଚାଷୀ । ସେପଟେ ଏକର ଏକର ଧାନ ଫସଲକୁ ହାତୀପଲ ନଷ୍ଟ କରିଦେଉଥିବା ବେଳେ ପରିବାର ପ୍ରତିପୋଷଣ ଚିନ୍ତାରେ ବାଙ୍କୀର ଚାଷୀକୂଳ । ଏନେଇ ବନବିଭାଗ କୌଣସି ପଦକ୍ଷେପ ନେଉନଥିବା ବେଳେ ଚାଷୀମାନେ ରାତି ଉଜାଗର ରହି ହାତୀ ଘଉଡା ଥିବା ଦେଖିବାକୁ ମିଳିଛି ।