କନକ ବ୍ୟୁରୋ : ଘରୋଇ କଳହକୁ ନେଇ ପଡୋଶୀଙ୍କ ଅମାନୁଷିକ କାଣ୍ଡ । ମାନବିକତା ହରାଇ ଜଣେ ମହିଳା ନିଷ୍ପପ କୁନି ଝିଅ ଉପରକୁ ପେଜ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଂଚାୟତ ସୋମପୁରରୁ ଆସିଛି ।
ଗାଁରେ ୨ଟି ପରିବାର ମଧ୍ୟରେ କୌଣସି କାରଣରୁ ଲାଗି ରହିଥିବା ଘରୋଇ କଳହ ସବୁ ସୀମା ଟପିଛି । ୪ ବର୍ଷର ଝିଅ ଶ୍ରୀୟା ଦାସଙ୍କ ଉପରେ ତାଙ୍କ ପଡୋଶୀ ଗରମ ପେଜ ଢାଳି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-11-13h07m34s815.png)