ଜୋରସୋରରେ ଚାଲିଛି ରଥକାମ ! ଛନ୍ଦା ଓ ଗୟଳ ମୋଡା କାମକୁ ଆଗେଇ ନେଉଛନ୍ତି ମହାରଣା ସେବାୟତ

ଘୋଷଯାତ୍ରା ଯେତିକି ଯେତିକି ପାଖେଇ ଆସୁଛି ରଥଖଳା ସେତିକି ଚଳଚଞ୍ଚଳ ହୋଇ ପଡୁଛି

69

କନକ ବ୍ୟୁରୋ : ଘୋଷଯାତ୍ରା ଯେତିକି ଯେତିକି ପାଖେଇ ଆସୁଛି ରଥଖଳା ସେତିକି ଚଳଚଞ୍ଚଳ ହୋଇ ପଡୁଛି । ହାତରେ ମାତ୍ର ଆଉ ଅଳ୍ପଦିନ ସମୟ ଥିବା କାରଣରୁ ମହାରଣାମାନେ ରଥକାମକୁ ଜୋରସୋରରେ କରିଛନ୍ତି । ଯେପରି ଭାବରେ ନିର୍ଦ୍ଧିଷ୍ଟ ସମୟରେ ରଥକାମ ସରିବ । ତେବେ ବିଶ୍ବକର୍ମାମାନେ ତିନି ରଥରେ ଛନ୍ଦା ଗୟଳ ମୋଡ଼ିଛନ୍ତି। ୨ଟି ଲେଖା ଛନ୍ଦା ଗୟଳ ତିନି ରଥରେ ମୋଡ଼ା ହୋଇଛି। ବାକି ଛନ୍ଦା ଗୟଳ କାମ ଆଗେଇ ଚାଲିଛି। ସେପଟେ ଚଉପଟ କାମ ବି ତ୍ବରାନ୍ବିତ ହୋଇଛି। ଚିତ୍ରକର ସେବକମାନେ ପଟା ଗୁଜ କାମ ଜୋରସୋରରେ ଚଳାଇଛନ୍ତି।

ନନ୍ଦିଘୋଷ ଓ ତାଳଧ୍ବଜ ରଥର ୧୨ଟି ଲେଖା ପଟା ଗୁଜ କାମ ସରିଥିବା ବେଳେ ଦର୍ପଦଳନ ରଥର ୮ଟି ପଟା ଗୁଜ କାମ ସରିଛି। ପଟା ଗୁଜ ପରେ ସିଂହାସନ ଓ ନାଟଗୁଡ଼ୁ କାମ ଆରମ୍ଭ ହେବ। ଆମ୍ବ ଡାଳି, ପଦ୍ମ ପାଖୁଡ଼ା ଆଦି ସିଂହାସନରେ ଖୋଦେଇ କରାଯିବ। କମାର ଶାଳରେ ଲୁହା କଣ୍ଟା ବି ପ୍ରସ୍ତୁତ ଚାଲିଛି। ଓଝା ସେବକମାନେ ଗୟଳ ଓ ଜୋଖା କଣ୍ଟା କାମ ଆଗେଇ ନେଇଛନ୍ତି।