କନକ ବ୍ୟୁରୋ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଆଜି ଜାମିନ୍ ମିଳିଯାଇଛି । ଭିଡିଓକନ୍ କମ୍ପାନୀକୁ ବେଆଇନ୍ ଭାବେ ଋଣ ମଞ୍ଜୁର କରିବା ଅଭିଯୋଗରେ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଥିଲା । ହେଲେ ଏହି ଗିରଫଦାରୀକୁ ବେଆଇନ୍ କହି ସେମାନଙ୍କୁ ଜାମିନ ଦେଇଛନ୍ତି ବମ୍ବେ ହାଇକୋର୍ଟ ।
ସୂଚନା ମୁତାବକ, ବେଆଇନ୍ ଭାବେ ଋଣ ଦେବା ମାମଲାରେ ଡିସେମ୍ବର ମାସରେ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରାଯାଇଥିଲା । ଚନ୍ଦା ଆଇସିଆଇସିଆଇର ସିଇଓ ଥିବାବେଳେ ଭିଡିଓକନ୍ କମ୍ପାନୀକୁ ୩,୨୫୦ କୋଟି ଟଙ୍କା ଋଣ ମଞ୍ଜୁର କରିଥିଲେ । ଏହି ମାମଲାରେ ଇଡି ୨୦୧୯ ମସିହାରେ ଅପରାଧିକ ମାମଲା ଦାଏର କରିଥିଲା । ଏ ମାମଲାରେ ଚନ୍ଦା ଓ ଦୀପକ କୋଚରଙ୍କୁ ଗିରଫ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/01/cd.jpg)