କନକ ବ୍ୟୁରୋ: ରାସ୍ତାରେ ଆସୁଥିବା ବାଇକ୍ ଆରୋହୀଙ୍କୁ ଅଟକାଇଲେ, ଜଣଙ୍କ ମୁଣ୍ଡରେ ବନ୍ଧୁକ ଲଗେଇଲେ, ଆଉ ଜଣଙ୍କ ହାତକୁ ଭୁଜାଲିରେ ହାଣି ଏକ ଲକ୍ଷ ସାତ ହଜାର ଟଙ୍କା ଲୁଟି ନେଲେ ଲୁଟେରା । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳ ଛକ ନିକଟରେ ଏଭଳି ଏକ ଲୁଟ ହୋଇଛି । କେନ୍ଦୁଝର ରାଙ୍କି ଗାଁର ଆଲୋକ ପଲେଇ ଓ ଅମିୟ କୁମାର ବାରିକ ଏକ ବାଇକରେ ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗାଁକୁ ଯାଉଥିଲେ । ସେମାନେ ଦୋବଲାପାଳ ଛକ ନିକଟରେ ହୋଇଥିବା ବେଳେ ୨ ଜଣ ଦୁର୍ବୃତ ସେମାନଙ୍କୁ ଅଟକାଇଥିଲେ । ପରେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଜଣଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ, ଆଉ ଜଣଙ୍କ ହାତକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସେମାନଙ୍କ ପାଖରେ ଥିବା ସମସ୍ତ ଟଙ୍କା ଲୁଟି ନେଇଛନ୍ତି । ତେଲକୋଇ ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢୁଛି ।
କେନ୍ଦୁଝର ଜିଲ୍ଲା ତେଲକୋଇରେ ଚାଞ୍ଚଲ୍ୟ। ମୁଣ୍ଡରେ ବନ୍ଧୁକ ଲଗାଇ ଏକ ଲକ୍ଷ ଟଙ୍କା ଲୁଟ୍
/kanak/media/post_attachments/wp-content/uploads/2023/07/loot.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)