ବଲାଙ୍ଗୀର ପାଟଣାଗଡ ସଅଁରାପଡାରେ ଚାଞ୍ଚଲ୍ୟ : ପାଟଣାଗଡରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ; ୬ ମୃତ୍ୟୁର କାରଣ ଅସ୍ପଷ୍ଟ, କେହି ହତ୍ୟା କରିଥିବା ସନ୍ଦେହ

684

କନକ ବ୍ୟୁରୋ : ବଲାଙ୍ଗୀର ପାଟଣାଗଡ଼ରେ ଚାଂଚଲ୍ୟ । ପାଟଣାଗଡ ସଅଁରାପଡାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ । ସମସ୍ତ ମୃତଦେହ ଘର ଭିତରେ ଘୋଡା ଯାଇଛି । ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ମୃତଦେହ ନିକଟରୁ ଟାଙ୍ଗିଆ ଓ ଫାର୍ଶା ଜବତ କରାଯାଇଛି । ପାଟଣାଗଡ଼ ପୁଲିସ ଘଟଣା ସ୍ଥଳରେ ପହଚିଂ ଛାନିଭିନ ଆରମ୍ଭ କରିଛନ୍ତି ।
ତେବେ ମୃତ୍ୟୁର କାରଣ ଜଣାପଡିନି । କେହି ସେମାନଙ୍କୁ ହତ୍ୟା କରି ଗୋଟିଏ ଘରେ ବନ୍ଦ କରିଦେଇଥିବା ପୋଲିସ ସନ୍ଦେହ କରୁଛି । ଏଥି ସହିତ ଗୁଣି ଗାରେଡି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି ।